ଗାଙ୍ଗପୁର ପୋଲିସ୍ ର ଅବକାରୀ ଚଢ଼ାଉ ଦୁଇ କୋର୍ଟଚାଲାଣ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗାଙ୍ଗପୁର ପୋଲିସ୍ ପକ୍ଷରୁ ଆଜି ଅବକାରୀ ଚଢ଼ାଉ କରାଯାଇ ଦେଶୀମଦ ଜବତ କରାଯିବା ସହିତ ଦୁଇ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି I ସୂଚନା ପ୍ରକାରେ ଆଜି ଗାଙ୍ଗପୁର ପୋଲିସ୍ ଏହି ଥାନା ଅନ୍ତର୍ଗତ ନଣ୍ଡାଜୁଆଳି ଗ୍ରାମରେ ଚଢାଉ କରି ସେଠାରେ ୨୦୦୦ ଲିଟର୍ ପୋଚ ଏବଂ ୧୦୦୦ ଲିଟର୍ ଦେଶୀମଦ ଜବତ କରିଥିଲା I ଏହି ଘଟଣାରେ ଗାଙ୍ଗପୁର ଥାନାରେ ୪୦/୨୩ ଏବଂ ୪୧/୨୩ ରେ ଦୁଇଟି ଅବକାରୀ ମାମଲା ରୁଜୁ କରାଯିବା ସହିତ ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ କୋର୍ଟଚାଲାଣ କରାଯାଇ ଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି I


