ଗାଙ୍ଗପୁର ପୋଲିସ୍ ର ଦୁଇ ଜୁଆ ଆଡ୍ଡାରେ ଚଢାଉ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):କୁମାର ପୂର୍ଣ୍ଣମୀ ସମୟରେ ଗଞ୍ଜାମ ଜିଲ୍ଲାରେ ଜୁଆ ଖେଳ ପୋଲିସ୍ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥାଏ I ସେଥିପାଇଁ କୁମାର ପୂର୍ଣ୍ଣମୀ ସମୟରେ ଜିଲ୍ଲାର ପୋଲିସ ପ୍ରଶାସନ ଜୁଆ ଖେଳକୁ ବନ୍ଦ କରିବା ପାଇଁ ଅଧିକ ତତ୍ପର ହୋଇଉଠିବା ସହ ଗାଆଁ ଗାଆଁରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ କରି ବିଭିନ୍ନ ସମୟରେ ଜୁଆଡିଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଟଙ୍କା, ମୋବାଇଲ୍ ଏବଂ ତାସ୍ ଜବତ କରିବାର ନଜିର ରହିଛି I ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗାଙ୍ଗପୁର ଥାନା ପୋଲିସ୍ ଆଜି ଅଞ୍ଚଳର ଦୁଇ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଉଭୟ ଆଡ୍ଡାରୁ ମୋଟ ୧୫ ଜଣଙ୍କୁ ଗିରଫ କରିବା ସହିତ ନଗଦ ୪୧,୧୦୦ ଟଙ୍କା , ଛଅ ମୋବାଇଲ୍ ଏବଂ ତାସ୍ ଜବତ କରିଥିବା ଖବର ମିଳିଛି I ସୂଚନା ପ୍ରକାରେ ପୋଲିସ୍ କଇଠରା ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ୯ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ ୨୪,୫୦୦ ଟଙ୍କା, ଚାରୋଟି ମୋବାଇଲ୍ ଏବଂ ତାସ୍ ଜବତ କରିଛି I ସେହିଭଳି ଏହି ଥାନା ଅନ୍ତର୍ଗତ ବାଙ୍ଗରଡା ଗ୍ରାମରେ ଚାଲିଥିବା ଅନ୍ୟ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ଛଅ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ ୧୬,୬୦୦ ଟଙ୍କା, ଦୁଇଟି ମୋବାଇଲ୍ ଏବଂ ତାସ୍ ଜବତ କରିଥିବା ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ୍ କୁମାର ଦାଶ ସୂଚନା ଦେଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ