ଦେଢ଼ଶହରୁ ଉର୍ଦ୍ଧ୍ବ ପାରିବାରଙ୍କ ବିଜେଡିରେ ଯୋଗଦାନ

ପୋଲସରା, (ଅନିଲ ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ନିମିନା ଗ୍ରାମ ପଞ୍ଚାୟତର ବିଳେଇଝୁରି ଗ୍ରାମର ୧୫୦ ରୁ ଉର୍ଦ୍ଧ୍ବ ପରିବାର ବିଜେପି ନେତା ବାବୁ ସ୍ବାଇଁଙ୍କ ନେତୃତ୍ବରେ ଅକ୍ଟୋବର ୧୭ ତାରିଖ ଦିନ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ବିଜେଡିରେ ଯୋଗ ଦେଇଥିବା ପରିବାର ବୃନ୍ଦ ବିଜେପିର ତୁଙ୍ଗ ନେତା ରାମକୃଷ୍ଣ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଥିଲେ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ସ୍ୱଚ୍ଛ ଶାସନ ଏବଂ ମାନ୍ୟବର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉତ୍ତମ ଜନସମ୍ପର୍କ ଓ ଜନହିତକର କାର୍ଯ୍ୟ ରେ ଆକୃଷ୍ଟ ହୋଇ ବାବୁ ସ୍ବାଇଁଙ୍କ ନେତୃତ୍ବରେ କୃଷ୍ଣ ଚନ୍ଦ୍ର ସ୍ବାଇଁ , ମିଟୁ ସ୍ବାଇଁ, ଶତ୍ରୁଘ୍ନ ସ୍ବାଇଁ, କରୁଣା ସ୍ବାଇଁ, ବିପ୍ର ସ୍ବାଇଁ, ଭଗବାନ ସ୍ବାଇଁ, ରାଜୀବ ପ୍ରଧାନ, ସୁଦର୍ଶନ ଗୌଡ଼, ପୂର୍ଣ୍ଣ ଚନ୍ଦ୍ର ବେହେରା, ଶିବ ଜେନା, ଡାକ ସେଠୀ, ଉଲା ପୋଲାଇ, ବିଘ୍ନ ରାଜ ବିଷୋୟୀ, କପିଳ ନାୟକ, ପୂର୍ଣ୍ଣ ପରିଡା, ମହେଶ୍ୱର ଜେନା,ବାବୁଲ ଭୂୟାଁ, ସନାତନ ଡାକୁଆ, ଗୋଲଖ ଚନ୍ଦ୍ର ମହାରଣା ପ୍ରମୁଖ ୧୫୦ ରୁ ଉର୍ଦ୍ଧ୍ବ ବିଜେପି ନେତା, କର୍ମୀ ଓ ସମର୍ଥକ ବିଜେପି ତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି। ବିଜେପି ତ୍ୟାଗ କରିଥିବା ସମସ୍ତ ସଦସ୍ୟ ଙ୍କୁ ବିଧାୟକ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସ୍ୱାଗତ କରିବା ସହ ବିଜେଡିର ସାମିଲ କରାଯିବା ନେଇ ଘୋଷଣା କରିଥିଲେ। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଅଶୋକ କୁମାର ବିଷୋୟୀ, ବ୍ଲକ ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା ଙ୍କ ସମେତ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ, ବିଜେଡି କର୍ମୀ ଓ କର୍ମକର୍ତ୍ତା ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ