ଗାଡି ଧକ୍କାରେ ଚାଲିଗଲା ଦୁଇଟି ନିରୀହ ଜୀବନ

ବ୍ରହ୍ମପୁର ,(ଓ୍ବାଇଏନ୍ଏସ୍):  ଗାଡି ଧକ୍କାରେ ଚାଲିଗଲା ଦୁଇଟି ନିରୀହ ଜୀବନ ,ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ରେ ଆସିକା ଥାନା ଅନ୍ତର୍ଗତ କୋଟିନଡା ଫାଣ୍ଡି କଲେଜଛକ ଲଛମଣ ପଲ୍ଲୀ ମସାଣି ନିକଟରେ ଏହି ଦୁଃଖଦ ଘଟଣାଟି ଦେଖିବାକୁ ମିଳିଛି | ଶୁଣିବାକୁ ମିଳିଛି ଯେ ସେମାନେ ଦୁହେଁ ମାଉସୀ ଓ ଝିଆରୀ ଥିଲେ ,ପ୍ରତିଦିନ ପରି ସେମାନେ ବାହାରିଥିଲେ ମର୍ନିଙ୍ଗ ୱାର୍କରେ କିନ୍ତୁ ଭାଗ୍ୟର ବିଡମ୍ବନା ମର୍ନିଙ୍ଗ ୱାର୍କ କଲା ବେଳେ ଏକ ଗାଡି ଆସି ସେମାନଙ୍କୁ ଧକ୍କା ଦେଇଥିଲା ଯାହାଫଳରେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଆସିକା ଉପଖଣ୍ତ ଚିକିତ୍ସାଳୟକୁ ନିଆଯାଇଥିଲା | ସେଠାରେ ସେମାନଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ | ମୃତ ମାଉସୀ ଜଣକ ରଶ୍ମିତା ପରିଡା ସେ ଆଠ ମାସର ଗର୍ଭବତୀ ଥିବା ବେଳେ ମୃତ ଝିଆରୀ ଜଣକ ଅଠର ବର୍ଷୀୟ ଆଶାରାଣୀ ଖଣ୍ଡୁଆଳ ବୋଲି ଜଣାପଡିଛି | ଉଭୟଙ୍କ ଘର କୋଟିନଡ଼ା ନୁଆଁପଲ୍ଲୀରେ ବୋଲି ଜଣାପଡ଼ିଥିବାବେଳେ ସୂଚନାପାଇ ଘଟଣା ସ୍ଥଳରେ ଆସିକା ଥାନା ଅଧିକାରୀ ପହଞ୍ଚି ନିଜର ତଦନ୍ତ ଚଳାଇଛନ୍ତି | ଏହି ସମ୍ବାଦ ପାଇଲା ପରେ ଦୁହିଁଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ