ଗାନ୍ଧୀଜିଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ): ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଭାରତ ବିକାଶ, ବାଣୀବିହାର ଶାଖା ଆନୁକୂଲ୍ୟରେ ଏବଂ କ୍ୟାପିଟାଲ ଶୋଭନୀୟ ଶିକ୍ଷାଶ୍ରମ, ଭୁବନେଶ୍ୱରର ସହଯୋଗରେ ନିଳାଦ୍ରୀ ବିହାରସ୍ଥିତ ଶିକ୍ଷାଶ୍ରମ ପରିସରରେ ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶ ଏବଂ ଶୋଭନୀୟ ଆନ୍ଦୋଳନର ସ୍ରଷ୍ଟା କୁମାର ଭାଇଙ୍କ ଶୋଭନୀୟ ଆଚରଣ ବିଷୟରେ ପିଲାମାନଙ୍କ ମଧ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିବା ପରେ ପରେ ଶିକ୍ଷାଶ୍ରମର କୁନିକୁନି ପିଲାମାନେ ଗାନ୍ଧିଜୀ ଓ କୁମାର ଭାଇଙ୍କ ଉପରେ ସେମାନଙ୍କର ଦୃଷ୍ଟିଭଙ୍ଗୀ ପରିପ୍ରକାଶ କରିବା ସହିତ ଛାତ୍ରୀ ‘ଭୂମିକା’ ଓ ‘ସୁପ୍ରିୟା’ଙ୍କ ନେତୃତ୍ୱରେ ପିଲାମାନେ ଓଡ଼ିଶୀ ଶୈଳୀରେ ଗାନ୍ଧିଜୀଙ୍କର ‘ବୈଷ୍ଣବ ଜନତୋ’ ଏବଂ ‘ସାବରମତୀକେ ସନ୍ଥ ତୁନେ କରଦିୟା କମାଲ’ ଗୀତରେ ନୃତ୍ୟାଭିନୟ କରି ସମସ୍ତଙ୍କୁ ଅଭିଭୁତ କରିଦେଇଥିଲେ । ଭାରତ ବିକାଶ ପରିଷଦର ଉପଦେଷ୍ଟା ଳକ୍ଷ୍ମଣ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଏଲାହାବାଦ ବ୍ୟାଙ୍କର ପୂର୍ବତନ ବରିଷ୍ଠ ପ୍ରବନ୍ଧକ ତଥା ସମାଜସେବୀ ଗୟାଧର ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବରେ ସିଣ୍ଡିକେଟ ବ୍ୟାଙ୍କର ପୂର୍ବତନ ବରିଷ୍ଠ ପ୍ରବନ୍ଧକ ଲିଙ୍ଗରାଜ ମହାପାତ୍ର ଏବଂ ସମ୍ମାନତିତ ଅତିଥି ଭାବେ ସମାଜସେବୀ ଗିରିଧର ସାହୁ ଯୋଗଦେଇ ଗାନ୍ଧିଜୀଙ୍କର ସତ୍ୟ, ଅହିଂସା ଏବଂ ମାନବିକ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ । ଶୋଭନୀୟ ଶିକ୍ଷାଶ୍ରମର ତତ୍ତ୍ୱାବଧାରିକା ମମତା ଗୁରୁମା ସ୍ୱାଗତ ଭାଷଣ ଦେବା ସହ ଶୋଭନୀୟ ଆନ୍ଦୋଳନର ପ୍ରତିଷ୍ଠାତା ‘କୁମାର ଭାଇ’ଙ୍କ ପ୍ରଦର୍ଶିତ ଶୋଭନୀୟ ଆଚରଣ ପ୍ରଦର୍ଶନ ପୂର୍ବକ ମହାତ୍ମା ଗାନ୍ଧୀଙ୍କ ସତ୍ୟ ଅହିଂସା ମାର୍ଗରେ ପରି•ଳିତ ହେବାକୁ ନିବେଦନ କରିଥିଲେ। । ସଭାପରେ ସମସ୍ତ ପିଲା ଓ ଅତିଥିମାନଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ