‘ଶରତ ଦାଶ’ ଆଉ ଇହଜଗତରେ ନାହାଁନ୍ତି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନିର୍ଭିକ, ଦାମ୍ଭିକ, ପରୋପକାରୀ ଶରତ କୁମାର ଦାଶ ଆଉ ଇହଜଗତରେ ନାହାଁନ୍ତି । ଗତ ୨୨ ତାରିଖ ରବିବାର ଅପରାହ୍ନ ୪.୨୦ ମିନିଟ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଓଡ଼ିଶା ବିଦ୍ୟୁତ୍ ନିଗମରୁ ଇଚ୍ଛାକୃତ ଅବସର ନେବା ପରେ ସେ ଭି.ଏସ୍.ଏସ୍. ନଗରସ୍ଥିତ ନିଜ ବାସଭବନରେ ଅବସ୍ଥାନ କରୁଥିଲେ । ନିଜ ଗ୍ରାମ କେନ୍ଦୁଝର ଜିଲ୍ଲା ସୋଷ ଗ୍ରାମକୁ ଯାଇଥିବା ସମୟରେ ମୁଣ୍ଡରେ ଆଘାତ ଲାଗି ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ସେ ଇହଧାମ ତ୍ୟାଗ କରିଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ସାନଝିଅ ବରିଷ୍ଠ ଆଇନ୍ଜୀବୀ ଦିପ୍ତିରାଣୀ ଦାସ, ଜ୍ୱାଇଁ ରାଜ୍ୟ ପାଇକ ମହାସଂଘ ସଭାପତି ତଥା ଶିକ୍ଷାବିତ୍ ଅଶୋକ କୁମାର ପାଲଟାସିଂହ, ଦୁଇପୁଅ ଭବାନୀ ଶଙ୍କର ଦାଶ ଓ ପ୍ରଦୀପ କୁମାର ଦାଶ, ବଡ଼ଝିଅ ଦୁର୍ଗାଶ୍ରୀ ଦାଶ, ଧର୍ମପତ୍ନୀ ବିଜୟଲକ୍ଷ୍ମୀ ଦାଶ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ପୁତ୍ର ଭବାନୀ ଶଙ୍କର ଦାଶ ମୁଖାଗ୍ନି ଦେଇଥିଲେ । ସେ ଜଣେ ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ ଏବଂ ବନ୍ଧୁକ •ଳନାରେ ସେ ସିଦ୍ଧହସ୍ତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ