ଜିଲ୍ଲାପାଳଙ୍କ ଦ୍ଵାରା ସଖୀ ‘ୱାନ ଷ୍ଟପ ସେଣ୍ଟର’ ର ନୂତନ କୋଠା ଉଦଘାଟିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ହିଂସାରେ ପୀଡ଼ିତ ମହିଳା ଓ ବାଳିକା ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସଖୀ \”ୱାନ ଷ୍ଟପ ସେଣ୍ଟର(ଶକ୍ତି ସମ୍ବଳ) ନୂତନ କୋଠା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ଭାଗରେ ଥିବା ଯକ୍ଷ୍ମା କେନ୍ଦ୍ର ପରିସରରେ ଉଦଘାଟିତ ହୋଇ ଯାଇଛି ।ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନୂତନ କୋଠାକୁ ଉଦଘାଟନ କରିଥିଲେ ।ଏହି ସଖୀ ୱାନ ଷ୍ଟପ କେନ୍ଦ୍ରଟି ଏଥି ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୨ ମହଲା କୋଠାର ୨୦୫ ନମ୍ବର କକ୍ଷ ଠାରେ ଗତ ୨୦୦୯ ମସିହା ୩୧ ଜୁଲାଇ ଠାରୁ କାର୍ଯ୍ୟ କରି ଆସୁଥିଲା ।ଏହି ସଖୀ “ୱାନ ଷ୍ଟପ ସେଣ୍ଟର” କେନ୍ଦ୍ରର ମୁଖ୍ୟ କାର୍ଯ୍ୟକ୍ରମ ଆଭିମୁଖ୍ୟ ହେଲା ଯେ , ସମାଜରେ ନିର୍ଯ୍ୟାତିତ ମହିଳା ଓ ବାଳିକା ମାନେ ବିଭିନ୍ନ ହିଂସାର ସମ୍ମୁଖୀନ ହେଲେ ସେମାନଙ୍କୁ ଗୋଟିଏ ଛାତ ତଳେ ସମନ୍ୱିତ ସୁବିଧା ଯଥା:- ସାମାଜିକ ଓ ମନସ୍ତାତ୍ତ୍ୱିକ ପରାମର୍ଶ ସେବା , ଆଇନଗତ ସହାୟତା , ପୋଲିସ ସହାୟତା , ଡାକ୍ତରୀ ସହାୟତା , ଆଶ୍ର୍ରୟ ଓ ଅନ୍ୟାନ୍ୟ ସେବା ଯୋଗାଇ ଦେବା , ୪ ବର୍ଷ ମଧ୍ୟରେ ଏହି କେନ୍ଦ୍ର ୭୨୮ କେଶ ପଞ୍ଜୀକୃତ ହୋଇଛି । ସେଥି ମଧ୍ୟରୁ ବିଭିନ୍ନ ଉପାୟରେ ୫୭୪ ଟି କେଶ ସମ୍ପୂର୍ଣ ହୋଇଛି ।ଆଜିର ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସମେତ ଜିଲ୍ଲା ଏସପି: ସ୍ଵାତୀ ଏସ: କୁମାର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର , ଡିଏମଓ: ତଥା ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ାଃ ପ୍ରମୋଦ କୁମାର ପଣ୍ଡା , ଆଇଟିଡିଏ: ପ୍ରକଳ୍ପ ପ୍ରଶାସକ ଶ୍ରୀ ଫାଲଗୁନୀ ମାଝୀ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁନିଲ ମହାନ୍ତି , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ କେ: ସୁନିତା , ଆଇଏସଆରଡି: ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତ , ଉପ ନିର୍ଦ୍ଦେଶକ ଶ୍ରୀ ନାଗେଶ୍ଵର ଚୌଧୁରୀ , ଜିଲ୍ଲା କିଶୋର ନ୍ୟାୟ ପରିଷଦର ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଦସ୍ୟା ଶ୍ରୀମତୀ ମମତା ରାଣୀ ଶତପଥୀ , ସୁଜାତା ପଟନାୟକ , ସଖୀ “ୱାନ ଷ୍ଟପ କେନ୍ଦ୍ର\”ର ଭାରପ୍ରାପ୍ତ ପ୍ରଶାସିକା ଶ୍ରୀମତୀ ସୁନିତା ରଥ , “ସ୍ଵୟଂ” ପ୍ରକଳ୍ପର ଜିଲ୍ଲା ସଂଯୋଜିକା ଶ୍ରୀମତୀ ଶିବାନୀ ପାଣିଗ୍ରାହୀ , “ସ୍ଵଧାର ଗୃହ”ର ଅଧ୍ୟିକ୍ଷିକା ଶ୍ରୀମତୀ ମନୋଜିନୀ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଆଇଏସଆରଡି: ର ପରିବାର ଯଥା:- ଚାଇଲ୍ଡ ଲାଇନ ଓ ୱାନ ଷ୍ଟପ ସେଣ୍ଟରର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ