ଗୁରାଣ୍ଡି ହାଇସ୍କୁଲର ଶତବାର୍ଷିୀକୀ ସମାରୋହ ଉଦ୍ଘାଟିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) -ଗଜପତି ଜିଲ୍ଲାର ଗୁରାଣ୍ଡିରେ ଥିବା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ହାଇସ୍କୁଲର ଶତବାର୍ଷିକୀ ସମାରୋହ ଆଜି ମହା ସମାରୋହରେ ଉଦ୍ଘାଟିତ ହୋଇଯାଇଛି । ରାଜ୍ୟ ଯୋଜନା ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହାକୁ ଉଦ୍ଘାଟନ କରି କହିଛନ୍ତି,ଏହି ହାଇସ୍କୁଲର ଐତିହ ଅତି ଗୁରୁତ୍ୱପୁର୍ଣ୍ଣ ଏବଂ ଉଚ୍ଚ କୋଟିର । ଏଠାକାର ଶହଶହ ଛାତ୍ରଛାତ୍ରୀ ଓଡିଶା,ସମଗ୍ର ଭାରତବର୍ଷରେ ଏବଂ ଦେଶ ବିଦେଶରେ ବହୁ ପ୍ରସଂଶନୀୟ ପଦ ପଦବୀରେ ରହିଛନ୍ତି । ରାଜନୀତି କ୍ଷେତ୍ରରେ ମଧ୍ୟ ଏହି ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନେ ବହୁ ଗୁରୁତ୍ୱ ପୁର୍ଣ୍ଣ ପଦପଦବୀ ପାଇଛନ୍ତି । ଏହି ହାଇସ୍କୁଲର ଛାତ୍ର ପୁରାତନ ଛାତ୍ର ଓଡିଶାର ମୁଖ୍ୟ ସାଶନ ସଚିବ ପଦବୀ ମଧ୍ୟ ପାଇଛନ୍ତି । ଏଭଳି ଶହ ଶହ ମହନୀୟ ବ୍ୟକ୍ତି ବିଶେଷଙ୍କୁ ଏହି ହାଇସ୍କୁଲ ତିଆରି କରିଛି । ଆଜି ଏହି ହାଇସ୍କୁଲର ସତବାର୍ଷିକୀ ପାଳନ ଅବସରରେ ସମସ୍ତ ଗୁରୁତ୍ୱପୁର୍ଣ୍ଣ ଘଟଣାକୁ ଆଲୋଚନା କରିବା ଆବଶ୍ୟକତା ରହିଛି । ହାଇସ୍କୁଲର ପୁରାତନ ଭଗ୍ନ କୋଠରୀ ପୁନଃ ନିର୍ମାଣ ପାଇଁ ୨୫ଲକ୍ଷ ଟଙ୍କା ଏବଂ ଖେଳ ପଡିଆର ଉନ୍ନତି ପାଇଁ ୨୦ଲକ୍ଷ ଟଙ୍କା ଅନୁଦାନ ମନ୍ତ୍ରୀ ଘୋଷଣା କରି ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ସ୍ମୃତି ଚାରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ବହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ପାରଳା ବିଧାୟକ କେ.ନାରାୟଣ ରାଓ,ପୁର୍ବତନ ବିଧାୟକ ବିଜୟ ଜେନ୍ନା,ଗଜପତି ଜିଲ୍ଲାପାଳ ଅନୁପମ ଶାହା,ଜୁଲ୍ଲା ଏସପି ସାରା ଶର୍ମା,ସ୍ଥାନୀୟ ବିଡିଓ ସଂଗ୍ରାମ କେଶରୀ ଜେନ୍ନା,ଜିଲ୍ଲା ଶିକ୍ଷାଧିକାରୀ ପ୍ରଦିପ କୁମାର ନାଗ ପ୍ରମୁଖ ସମ୍ମାନୀତ ଅତିଥି ଲଭାବେ ଯୋଗ ଦେଇ ହାଇସ୍କୁଲର ପୁରାତନ ଇତିହାସକୁ ଆଲୋକପାତ କରିବା ସହ ଏହାର ଆହୁରି ଉନ୍ନତି ପାଇଁ କାମନା କରିଥିଲେ । ଶତବାର୍ଷିକ ସମାରୋହ ଆୟୋଜନର ସଭାପତି ପ୍ରତାପ ପାତ୍ର ଉତ୍ସବ ସଫଳତାକୁ ନେଇ ସମସ୍ତ କମିଟିର ସଦସ୍ୟ ମାନଙ୍କୁ ପ୍ରଶଂସା କରିବା ସହ ଆଗାମି ଦିନରେ ହାଇସ୍କୁଲରେ ଶିକ୍ଷାଦାନ ବ୍ୟବସ୍ଥାକୁ ଆହୁରି ଉଚ୍ଚ କୋଟିର କରିବା ସହ ବିବିଦ୍ଧ ଉନ୍ନତି ପାଇଁ ସମସ୍ତେ ଏକତ୍ରିତ ହେବା ଆବଶ୍ୟକ ବୋଲି କହିଥିଲେ । ସମାରୋହ ପ୍ରାରମ୍ଭରେ ମୁଖ୍ୟ ଅତିଥି ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ନବନିର୍ମୀତ ପ୍ରତିମୁର୍ତ୍ତୀକୁ ଉଦ୍ଘାଟନ କରିବା ସହ ଏକ ସ୍ମରଣିକାକୁ ଉନ୍ମୋଚନ କରାଯାଇଥିଲା । ସଭା ପରିଶେଷରେ ବହୁ ବ୍ୟକ୍ତିବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା ।


