ଗୁରୁବାର ଠାରୁ ଖୋଲିବ ପଦ୍ମ ସମ୍ଭବ ବୌଦ୍ଧ ମନ୍ଦିର

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଳକର ଚନ୍ଦ୍ରଗିରି ନିକଟରେ ଥିବା ଏସିଆ ମହାଦେଶର ଦ୍ୱିତୀୟ ବୃହତମ ସ୍ୱର୍ଣ୍ଣ ପଦ୍ମ ସମ୍ଭବ ବୈଦ୍ଧ ମନ୍ଦିର ଯାହାକି ପର୍ଯ୍ୟଟକଙ୍କ ମନକୁ ଆକର୍ଷିତ କରିଥାଏ । ସେହି ମନ୍ଦିରଟି ତିବତ ମାନଙ୍କର ନୂତନ ବର୍ଷ ଆରମ୍ଭ ପରେ ମହାସାଧନା ପୂଜା ଅନୁଷ୍ଠିତ ହୋଇଥାଏ । ତେଣୁ ଏହି ପୂଜା ନିମନ୍ତେ ମନ୍ଦିର ୧୦ ଦିନ ମନ୍ଦିର ବନ୍ଦ ରଖାଯାଇଥାଏ ପର୍ଯ୍ୟଟକଙ୍କ ପାଇଁ । ୧୦ ଦିନ ପରେ ଗୁରୁବାର ଦିନ ବୌଦ୍ଧ ମନ୍ଦିରର ପରିଚାଳନା କମିଟି ଦ୍ୱାରା ପୂଜା ଶେଷ ପରେ ଏହି ମନ୍ଦିର ଖୋଲା ଯିବ । ପର୍ଯ୍ୟଟକମାନେ ମନ୍ଦିରର ବାହାରେ ଛିଡା ରହି ଦର୍ଶନ କରିବା ସହ ଫଟୋ ଉଠାଇ ପାରିବେ ଏବଂ ୬ ଓ ୭ ତାରିଖ ଦିନ ଏହି ମନ୍ଦିରରେ ତିବତ ଲାମା ମାନଙ୍କ ଦ୍ୱାରା ଅନୁଷ୍ଠିତ ହେବ ଲାମା ନୃତ୍ୟ ଏହି ନୃତ୍ୟ ଦେଖିବା ପାଇଁ ବହୁ ଭିଡ ଜମିଥାଏ । ୧୦ ଦିନ ମନ୍ଦିର ବନ୍ଦ ଥିବାରୁ ଆସିବା ବନ୍ଦ ହୋଇଯାଇଥିଲା । ଆଜି ଠାରୁ ମନ୍ଦିର ଖୋଲିବା ପାଇଁ ପର୍ଯ୍ୟଟକମାନଙ୍କୁ ଜଣାଇବା ପାଇଁ ଖବର କାଗଜ ମାଧ୍ୟମରେ ମନ୍ଦିର ପରିଚାଳନାରେ ଗୁରୁଜୀ ସୂଚନା ଦେଇଛନ୍ତି । ଏହା ସହ କୋଭିଡ କଟକଣା ନିୟମ ମାନୀ ପର୍ଯ୍ୟଟକମାନେ ମାସ୍କ, ସାନିଟାଇଜର, ସାମାଜିକ ଦୁରତା ରଖି ମନ୍ଦିରକୁ ପ୍ରବେଶ କରି ପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ