ଗୃହରଖି ଦିବସରେ. ଏସପିଙ୍କ ଦ୍ଵାରା ସମ୍ମାନିତ ହେଲେ ଗୃହରକ୍ଷୀ ରୂପକ ପଲେଇ

ଗଂଜାମ, (ବିନୋଦ ପଲେଇ):୫୯ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସରେ ଗଂଜାମ ଏସପି ବ୍ରିଜେଶ ରାୟଙ୍କ ଦ୍ଵାରା ସମ୍ମାନିତ ହୋଇଛନ୍ତି ରମ୍ଭା ଥାନାର ଗୃହରକ୍ଷୀ ରୂପକ ପଲେଇ।ଗଂଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପୋଲିସ ପଡିଆ ଠାରେ ,ଜିଲ୍ଲା ଗୃହ ବାହିନୀ ସଂସ୍ଥା ଆନୁକୂଲ୍ୟରେ, ଗୃହ ବାହୀନର ୫୯ ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଯୋଗଦେଇ ଗୃହରକ୍ଷୀ ରୂପକ ପଲେଇଙ୍କ କର୍ତ୍ତବ୍ୟନିଷ୍ଠା, ଟ୍ରଫିକ ନିୟନ୍ତ୍ରଣ, ଫେରାର ଅସମୀକୁ ଓ , ଗିରିଫ ପରୱାନଙ୍କୁ ଧରିବା, ବାତ୍ୟା ଓ କରୋନା ସମୟରେ ଉଲ୍ଲେଖନ ସେବା ପାଇଁ ସମ୍ମାନିତ କରିଛନ୍ତି। ରୂପକଙ୍କୁ ଏପରି ସମ୍ମାନ ମିଳିଥିବାରୁ ରମ୍ଭା ଆଇଆଇସି ଦୀପ୍ତିରଂଜନ ବେହେରା ଓ ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ ଓ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ