ସହରର ବିଶିଷ୍ଟ ଡାକ୍ତରଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଶିଷ୍ଟ ଡାକ୍ତର ଏନ୍.ଭି.ଆର୍. ମୂର୍ତ୍ତୀ(୬୬)ଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକବ୍ୟକ୍ତ କରାଯାଇଛି । ସ୍ୱର୍ଗତ ମୂର୍ତ୍ତୀ ସହରରେ ନର୍ସିଂହୋମ ଖୋଲି ବହୁ ଜନସାଧାରଣଙ୍କ ଉପଚାର କରିବା ସହ ବହୁ ଖ୍ୟାତି ଅର୍ଜନ କରିଥିଲେ । ସ୍ୱର୍ଗତ ମୂର୍ତ୍ତୀ ଜଣେ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିଲେ ମଧ୍ୟ ନିଜ ସହରର ସ୍ୱାସ୍ଥ୍ୟ ଅବସ୍ଥାକୁ ଦେଖି ଚାକିରୀ ଛାଡି ସହରରେ ଏକ ପ୍ରତିଷ୍ଠିତ ନର୍ସିଂ ହୋମ ପ୍ରତିଷ୍ଠା କରିଥିଲେ । ସେ ଏହି ନର୍ସିଂ ହୋମ ପ୍ରତିଷ୍ଠା କରିବା ବେଳେ ହାତଗଣତି ନର୍ସିଂହୋମ ରହିଥିଲା । ସେ ବିଶେଷ ଭାବେ ଜଣେ ସର୍ଜରୀ ବିଭାଗର ଡାକ୍ତର ହୋଇଥିବାରୁ ଅସ୍ତ୍ରପ୍ରଚାର ପାଇଁ ସେ ବେସ ଖ୍ୟାତି ଲାଭ କରିଥିଲେ । ଗତକାଲି ରାତ୍ର ବିଳମ୍ବିତ ରାତ୍ର ପ୍ରାୟ ୧.୩୦ ସମୟରେ ହଠାତ ହୃଦଘାତର ଶିକାର ହେବା ପରେ ନିଜ ବାସଭବନରେହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିବାର ଜଣାପଡିଛି । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ମୂର୍ତ୍ତୀଙ୍କ କନିଷ୍ଠ ଭାଇ ଡାକ୍ତର ଏନ୍.ଭି. ରାମାରାଓ ମଧ୍ୟ ଜଣେ ସହରର ବେସ ଖ୍ୟାତିନାମା ଡାକ୍ତର ଭାବେ ପ୍ରସିଦ୍ଧି ହାସଲ କରି ଏକ ନର୍ସିଂହୋମ ପ୍ରତିଷ୍ଠା କରିଛନ୍ତି । ଏହାସହ ତାଙ୍କ ପୁଅ, ଜ୍ୱାଇଁ ମଧ୍ୟ ଡାକ୍ତର ବୋଲି ଜଣାପଡିଛି । ସ୍ୱର୍ଗତ ମୂର୍ତ୍ତୀଙ୍କ ବିୟୋଗରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣରାଓ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ ପ୍ରମୁଖଙ୍କ ସହ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗରୁଡଧ୍ୱଜ ଚୌଧୁରୀ, ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ରଶ୍ମିରଂଜନ ମିଶ୍ର, ଶିଶିର କୁମାର ଗୌଡ, କୃଷ୍ଣ କୁମାର ବେହେରା, ବାଳକୃଷ୍ଣ ପାଣିଗ୍ରାହୀ, ନରସିଂହ ପ୍ରସାଦ ପଟ୍ଟନାୟକ, ପ୍ରଭାତ ପାତ୍ର, ପିଣ୍ଟୁ ପଟ୍ଟଯୋଶୀ ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରିବା ସହ ସ୍ୱର୍ଗୀୟ ଡାକ୍ତରଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।


