ଗୋ-ସମ୍ପଦର ବିକାଶ ପାଇଁ ଗାଈ ସ୍ୱୟଂବର

ଭୋପାଲ: ଗୋ-ସମ୍ପଦର ଅଭିବୃଦ୍ଧି ପାଇଁ ମଧ୍ୟପ୍ରଦେଶର ଭୋପାଲରେ ପଶୁ ସମ୍ପଦ ବିଭାଗ ପକ୍ଷରୁ ଗାଈମାନଙ୍କର ସ୍ୱୟଂବର ହୋଇଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏଠାରେ ଫିଲ୍ମ ଓ ବଡ଼ବଡ଼ ସେଲେବ୍ରିଟିଙ୍କ ସ୍ୱୟଂବର ଭଳି ସେଭଳି କିଛି ପଦକ୍ଷେପ ନିଆଯାଇଥିଲା। ଏହି ସ୍ୱୟଂବରରେ ୨୦୦ଟି ଷଣ୍ଢ ଭାଗ ନେଇଥିଲେ। ଏଭଳି ସ୍ୱୟଂବର ଦ୍ୱାରା ଗୋ-ପାଳକମାନେ ସେମାନଙ୍କର ଗାଈ ପାଇଁ ଉପଯୁକ୍ତ ପାର୍ଟନର ପାଇପାରିଛନ୍ତି। ସ୍ୱୟଂବରରେ ଭାଗ ନେଇଥିବା ଷଣ୍ଢମାନେ ଗୋଟିଏ ଲାଇନରେ ଛିଡ଼ା ହେବା ସହ ସେମାନଙ୍କର କୁଣ୍ଡଳୀ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଷଣ୍ଢଗୁଡ଼ିକ ସିରେ ବୋଲି ନାମିତ କରାଯାଇଛି। ଏହି ଷଣ୍ଢ ଗୁଡ଼ିକର ସମସ୍ତ ତଥ୍ୟ ବିଭାଗ ପକ୍ଷରେ ରହିଥିଲା। ଷଣ୍ଢ ଗୁଡ଼ିକର ପାରିବାରିକ ଇତିହାସ, ରୋଗ ଓ ଷଣ୍ଢଗୁଡ଼ିକର ମା’ ମାନେ କେତେ କ୍ଷୀର ଦେଉଥିଲେ, ତା’ର ତଥ୍ୟ ମଧ୍ୟ ସରକାରଙ୍କ ପାଖରେ ଉପଲବ୍ଧ ରହିଛି। ଏହି ତଥ୍ୟକୁ ଆଧାରକରୀ ଗୋ-ପାଳକମାନେ ସେମାନଙ୍କ ଗାଈକୁ ସୁହାଇଲା ଭଳି ଷଣ୍ଢଙ୍କୁ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ। ସ୍ୱୟଂବରରେ ଭାଗ ନେଇଥିବା ୨୦୦ ଷଣ୍ଢଙ୍କୁ ଭୋପାଲରେ ଥିବା ସେଣ୍ଟ୍ରାଲ ସେମେନ ଷ୍ଟେସନରୁ ଅଣାଯାଇଥିଲା। ଷଣ୍ଢଗୁଡ଼ିକର ତଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଏହାଦ୍ୱାରା ଗୋ-ଚାଷ ଅଧିକ ଆଗକୁ ବଢ଼ି ପାରିବ ବୋଲି ପଶୁ ସମ୍ପଦ ମନ୍ତ୍ରୀ ଲକ୍ଷନ ସିଂହ ଯାଦବ କହିଛନ୍ତି। ଷଣ୍ଢ ଗୁଡ଼ିକର ତଥ୍ୟ ପ୍ରତିମାସରେ ଅପଡେଟ କରାଯାଉଛି ଏବଂ ଏହାକୁ ଇଣ୍ଟରନେଟରେ ଛଡ଼ାଯାଉଛି। ଗିର, ସାହିୱାଲ, ଥାରପାରକର, ମୁରହା, ମାଲଭି ଓ ନିମାରି ବ୍ରିଡ୍ସର ଷଣ୍ଢମାନଙ୍କୁ ସେମେନ ଷ୍ଟେସନକୁ ଅଣାଯାଇଥିଲା। ସେଠାରେ ଗାଈମାନଙ୍କ ସ୍ବୟଂବର କରାଯାଇ ଗାଈ ଏବଂ ଷଣ୍ଢ ମଧ୍ୟରେ ବିବାହ କରାଯାଇଥିଲା। ଏହା ପରେ ଗୋ-ପାଳକମାନେ ନିଜ ଗାଈ ସହ ଷଣ୍ଢକୁ ଧରି ଘରକୁ ଫେରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ