ଗୋଦରେଜ୍ ଇଂଟେରିଓ ପକ୍ଷରୁ ୧,୨୦,୦୦୦ ବର୍ଗଫୁଟ ସମ୍ପ୍ରସାରଣ ସହ ବଜାର ଉପସ୍ଥିତିରେ ବୃଦ୍ଧି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତର ଅଗ୍ରଣୀ ହୋମ୍ ଓ ଅଫିସ ଫର୍ଣ୍ଣିଚର ବ୍ରାଣ୍ଡ୍ ଗୋଦରେଜ୍ ଇଂଟେରିଓ ଏହାର ମହତ୍ୱକାଂକ୍ଷୀ ସମ୍ପ୍ରସାରଣ ଯୋଜନା ଜରିଆରେ ଅଭିବୃଦ୍ଧି ଓ ବଜାର ଅଂଶ ଦୃଢ଼ କରିବାକୁ ପ୍ରସ୍ତୁତ ରହିଛି । କମ୍ପାନି ୧,୨୦,୦୦୦ ବର୍ଗଫୁଟ ଖୁଚୁରା ସ୍ଥାନ ସହିତ ୨୦୨୪ ଅଗଷ୍ଟ ସୁଦ୍ଧା ୧୦୦୦ ଇଂଟେରିଓ ଫର୍ଣ୍ଣିଚର ଷ୍ଟୋର୍ ଅତିକ୍ରମ କରିବାକୁ ଯୋଜନା ରଖିଛି । କମ୍ପାନି ୨୦୨୫ରେ ୧୦୪ ନୂଆ ଷ୍ଟୋର୍ ଯୋଡ଼ିବ ଯାହା ଫଳରେ ଏହା ଷ୍ଟାଇଲିସ୍, ଆକର୍ଷଣୀୟ ଓ ଚିନ୍ତାଶୀଳ ଭାବେ ଡିଜାଇନ୍ କରାଯାଇଥିବା ଫର୍ଣ୍ଣିଚରକୁ ଆଧୁନିକ ଭାରତୀୟ ଗୃହରେ ପହଂଚାଇପାରିବ ।ଏହି ସମ୍ପ୍ରସାରଣ ସମ୍ପର୍କରେ ଗୋଦରେଜ୍ ଇଂଟେରିଓର ବରିଷ୍ଠ ଉପସଭାପତି ଓ କଂଜ୍ୟୁମର ବ୍ୟବସାୟ (ବି୨ସି) ମୁଖ୍ୟ ଡକ୍ଟର ଦେବ ନାରାୟଣ ସରକାର କହିଛନ୍ତି ଯେ, “ବ୍ୟାପକ ରିଟେଲ୍ ସମ୍ପ୍ରସାରଣ ସହିତ ଅତ୍ୟାଧୁନିକ ନୂତନ ପ୍ରଯୁକ୍ତି ଜରିଆରେ ଗ୍ରାହକଙ୍କ ହୋମ୍ ଫର୍ଣ୍ଣିସିଂ ଅନୁଭୂତିରେ ଉନ୍ନତି ଆଣିବାକୁ ଆମେ ପ୍ରତିବଦ୍ଧ । ନିଜର ଉପସ୍ଥିତିରେ ଉଲ୍ଲେଖନୀୟ ବୃଦ୍ଧି କରି ଆମେ ଆମର ଉପସ୍ଥିତିକୁ ବଢ଼ାଇବା ସହିତ ନିଜ ଫର୍ଣ୍ଣିଚର ସହ ଭାରତୀୟମାନଙ୍କ ରହିଥିବା ଦୃଷ୍ଟିକୋଣ ବଦଳାଇବାକୁ ଚାହୁଛୁ । ଆମ ଜାତୀୟ ସ୍ତରର ଅଭିବୃଦ୍ଧି ଯୋଜନାରେ ଉତରରେ ୩୪, ପଶ୍ଚିମରେ ୨୪, ଦକ୍ଷିଣ ୧୯ ଓ ପୂର୍ବାଚଂଳରେ ୨୭ଟି ଷ୍ଟୋର୍ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଷ୍ଟୋର୍ଗୁଡ଼ିକ ନବସୃଜନର ହବ୍ ଭାବେ କାର୍ଯ୍ୟ କରିବା ସହ ଆକର୍ଷଣୀୟ ଓ ପ୍ରଯୁକ୍ତି ସମନ୍ୱିତ ଉତ୍ପାଦ କିଭଳି ଜୀବନଶୈଳୀରେ ଉନ୍ନତି ଓ ଆଧୁନିକ ଭାରତୀୟ ଇଂଟେରିଅରରେ ନମନୀୟତା ଆଣିବ ତାହା ଜଣାଇବ ।’’ମଡ୍ୟୁଲାର ଫର୍ଣ୍ଣିଚର ଉପରେ ଗୁରୁତ୍ୱ, ହୋମ୍ସ୍ପେସ୍ ଷ୍ଟଡି ଭଳି ଗ୍ରାହକ ସର୍ବେକ୍ଷଣ, ଦୃଢ଼ ଓମ୍ନିଚ୍ୟାନେଲ୍ ଉପସ୍ଥିତି ଓ ଭାବ ବିନିମୟ ସୋ’ରୁମ୍ ଅନୁଭୂତି ସହିତ ଏହି ବ୍ୟାପକ ସମ୍ପ୍ରସାରଣ ଗୋଦରେଜ୍ ଇଂଟେରିଓକୁ ଶିଳ୍ପରେ ଆଗରେ ରଖିବ । ଭାରତୀୟ ଆସବାବପତ୍ର ବଜାର ୨୦୨୨ରେ ୨୩.୧୨ ବିଲିଅନ ଡଲାର ଥିଲା ଯାହା ୨୦୨୬ ସୁଦ୍ଧା ୧୦.୯ ପ୍ରତିଶତ ହାରରେ ବୃଦ୍ଧି ପାଇ ୩୨.୭ ବିଲିଅନ୍ ଡଲାରରେ ପହଂଚିବ ବୋଲି ଆକଳନ କରାଯାଇଛି । ଚଳିତ ବର୍ଷ ୨୦% ଅଭିବୃ୍ଦ୍ଧି ପାଇଁ ଗୋଦରେଜ୍ ଇଂଟେରିଓ ଆଶା ରଖିଥିବା ବେଳେ ୨୦୨୪-୨୫ ସୁଦ୍ଧା ୨,୦୦,୦୦୦ ବର୍ଗଫୁଟ ରିଟେଲ କ୍ଷେତ୍ର ଯୋଡ଼ିବ । ଅଗଷ୍ଟ ସୁଦ୍ଧା କମ୍ପାନିର ଷ୍ଟୋର୍ ସଂଖ୍ୟା ୧୦୦୦ ଅତିକ୍ରମ କରିବ ।ଷ୍ଟୋର୍ ସମ୍ପ୍ରସାରଣ ସହିତ କମ୍ପାନି ଏହାର ଡିଜିଟାଲ୍ ଉପସ୍ଥିତି ବଢ଼ାଇବ । କମ୍ପାନିର ଇ-କମର୍ସ ପ୍ଲାଟଫର୍ମ ୧୭,୦୦୦ରୁ ଅଧିକ ପିନ୍ରେ ସେବା ପ୍ରଦାନ କରୁଛି । ସେଥିରେ ୩ଡି ରୁମ୍ ପ୍ଲାନର୍, ଭିଜୁଆଲ୍ ସର୍ଚ ଟୁଲ୍ ଭଳି ଡିଜିଟାଲ୍ ଟୁଲ୍ ରହିଛି ଯାହା ଗ୍ରାହକଙ୍କ ସପିଙ୍ଗ ଅନୁଭୂତିକୁ ବଢା଼ଇବ । ଏହି ସୁବିଧାଗୁଡ଼ିକୁ ବ୍ୟବହାର କରି ଗ୍ରାହକମାନେ ନିଜ ଘରେ ଫର୍ଣ୍ଣିଚର କିଭଳି ଦେଖାଯିବ ତାହା ଜାଣିପାରିବେ ଏବଂ ନିଜର କିଣା ପୂର୍ବ ଚିନ୍ତା ଦୂର କରିବା ସହ ସନ୍ତୁଷ୍ଟିରେ ଉନ୍ନତି ଆଣିପାରିବେ । ଗତବର୍ଷ ୪୦୦ରୁ ଅଧିକ ଉତ୍ପାଦ ଯୋଡ଼ି କମ୍ପାନି ଏହାର ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିଛି ।


