ଗୋପନରେ ନିର୍ବନ୍ଧ କଲେ ସପନା ଚୌଧୁରୀ
ହରିଆଣାର ଦେଶୀ କୁଇନ୍ ଓ ଡ୍ୟାସିଂ ଷ୍ଟାର୍ ସପନା ଚୌଧୁରୀଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଭାଙ୍ଗିବାକୁ ଯାଉଛି। କାରଣ ମିଡିଆ ରିପୋର୍ଟ ମୁତାବକ ସପନା ଗୋପନରେ ନିର୍ବନ୍ଧ କରିଛନ୍ତି। ତେବେ ଏହାର ଔପଚାରିକ ଘୋଷଣା ହୋଇ ନାହିଁ।
ମିଡିଆ ରିପୋର୍ଟ ମୁତାବକ ସପନା ନିଜ ସହଅଭିନେତା ତଥା ହରିଆଣାର ଅଭିନେତା ଓ କଣ୍ଠଶିଳ୍ପୀ ଭୀର ସାହୁଙ୍କୁ ଡେଟ୍ କରୁଥିଲେ। ଭୀର ହରିଆଣାରେ ବବୁ ମାନ ନାମରେ ଜଣାଯାଏ। ଖବର ମୁତାବକ ଉଭୟେ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି, ହେଲେ ବିବାହ ତାରିଖ ସ୍ଥିର ହୋଇ ନାହିଁ। ସପନା ଏବଂ ଭୀର ୨୦୧୫-୧୬ରେ ଏକ କାର୍ଯ୍ୟକ୍ରମରେ ପରସ୍ପରଙ୍କୁ ସାକ୍ଷାତ କରିଥିଲେ। ପରେ ଉଭୟେ ଭଲ ବନ୍ଧୁ ପାଲଟି ଯାଇଥିଲେ। ଉଭୟଙ୍କୁ ଏକାଠି ଅନେକ ଥର ଦେଖିବାକୁ ମିଳିଥିଲା।


