ଗୋବରାରେ ସାଂସଦଙ୍କ ଦ୍ଵାରା ଜଳଧାରା ପ୍ରକଳ୍ପ ଉଦ୍ଘାଟିତ
ବେଲଗୁଣ୍ଠା – ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗୋବରା ସ୍ଥିତ ବିଶ୍ବଭାରତି ଆବାସିକ ବିଦ୍ୟାଳୟ ଠାରେ ଭଞ୍ଜନଗର ରୋଟାରୀ କ୍ଲବ ଆନୁକୁଲ୍ୟରେ ଜଳଧାରା ପ୍ରକଳ୍ପକୁ ଆସିକା ସାଂସଦ ପ୍ରମିଳା ବିଶୋୟି ଉଦ୍ଘାଟନ କରିଥିବା ବେଳେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ପାଇଁ ରୋଟାରୀ କ୍ଲବର ପ୍ରୟାସକୁ ଭୂୟଶୀ ପ୍ରଶଂସା କରିଥିଲେ ।ବିଶ୍ବଭାରତି ର ସଭାପତି କୁଞ୍ଜବିହାରୀ ନାୟକ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଏହି କାର୍ୟ୍ୟ କ୍ରମ ରେ ରୋଟାରୀ କ୍ଲବ ର ଜିଲ୍ଲା ପ୍ରାନ୍ତପାଳ ସି ॰ଏ ଦେବାଶିଷ ମିଶ୍ର,ରୋଟାରୀ କ୍ଳବର ସଭାନେତ୍ରୀ ମାମା ପରିଡା,ସମ୍ପାଦକ ପବିତ୍ର କୁମାର ପ୍ରଧାନ ,ଜିଲା ପରିଷଦ ସଭ୍ୟ ଅମିତ ନାୟକ,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ,ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ରୋଟାରୀ କ୍ଲବ ଜିଲା ଉପ ପ୍ରାନ୍ତପାଳ ଡକ୍ଟର ରାମପ୍ରସାଦ ପଣ୍ଡା ଧନ୍ୟବାଦ ଦେଇଥିଲେ ।ବିଦ୍ୟାଳୟର ପାଞ୍ଚ ଜନ ମେଧାବୀ ଛାତ୍ରଛାତ୍ରୀଙ୍କୁ ସାଂସଦଙ୍କ ଦ୍ଵାରା ପୁରସ୍କୃତ କରଯାଇଥିଲା ।ଏଥିରେ ଅନ୍ୟ ମାନଙ୍କ ମଧ୍ୟ ରେ ବିଶ୍ବଭାରତି ର ଉପସଭାପତି ବିଭୁପାଦ ଜେନା,କ୍ଷତ୍ରିୟ ବରପୁର ସରପଞ୍ଚ ରାଜେନ୍ଦ୍ର କୁମାର ଗଉଡ,ବଡବୋର୍ ସିଂ ସରପଞ୍ଚ ପ୍ରତିନିଧି ରାମେଶ୍ଵର ପାତ୍ର,ବେଲଗୁଣ୍ଠା ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ ,ସାଇ ଆଇଟିଆଇ ଅଧ୍ୟକ୍ଷ ମଧୁସୂଦନ ମୋହାପାତ୍ର,ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର, ସୁଧୀର ମହାପାତ୍ର,ସୂର୍ୟ୍ୟ ନାରାୟଣ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।


