ମାସେ ନ ପୁରୁଣୁ ପାଞ୍ଚ ଲକ୍ଷ ଟଙ୍କାର ଉଠା ପରିଶ୍ରାଗାର କବାଟ ଭାଙ୍ଗିଲା

ବେଲଗୁଣ୍ଠା – ବେଲଗୁଣ୍ଠା ସହରରେ ବିଭିନ୍ନ ଛକ ମାନଙ୍କ ରେ ଜନ ସାଧାରଣଙ୍କ ପରିସ୍ରା ନିମନ୍ତେ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଏହାର ସମାଧାନ ପାଇଁ ଏନ॰ଏ॰ସି ପକ୍ଷରୁ ୬ ଟି ଉଠା ପରିଶ୍ରାଗାର କିଣାଯାଇ ବିଭିନ୍ନ ଛକ ମାନଙ୍କରେ ପ୍ରାୟ ଏକ ମାସ ହେବ ଏହା ଲୋକ ମାନଙ୍କ ପାଇଁ ଖୋଲା ଯାଇଛି । ଗୋଟିଏ ଗୋଟିଏ ଜାଗା ରେ ପୁରୁଷ ଓ ମହିଳା ଙ୍କ ପାଇଁ ସ୍ଵତନ୍ତ୍ର ଭାବେ ଗୋଟିଏ ଲେଖାଏଁ ରଖାଯାଇଛି ।ଏହି ଛ ଗୋଟି ଉଠା ପରିସ୍ରାଗାର ପ୍ରାୟ ପାଞ୍ଚ ଲକ୍ଷ ତାଙ୍କ ରେ କିଣାଯାଇଥିଲା । ଛ ଟି ମଧ୍ୟରୁ ଦୁଇଟି ବସ ଷ୍ଟାଣ୍ଡ ,ଦୁଇଟି ଯାତ୍ରୀ ବିଶ୍ରାମଗାର ଓ ଆଉ ଦୁଇଟି ପୋଷ୍ଟ ଅଫିସ ନିକଟ ରେ ରଖାଯାଇଥିଲା । ମାତ୍ର ଏହା ସର୍ବସାଧାରଣଙ୍କ ପାଇଁ ଖୋଲିବାର ମାସେ ନ ପୁରୁଣୁ ତିନି ଟି ର କବାଟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଏହି ଉଠା ପରିସ୍ରାଗାର ଗୁଡିକ ଏତେ ନିମ୍ନ ମାନର ଯେ ଯାତ୍ରୀ ଭିତରକୁ ଯିବା ପାଇଁ କାଳେ ପଡିଯିବେ ଏ ନେଇ ଭୟ କରୁଛନ୍ତି । ଯାହାକୁ ନେଇ ବେଲଗୁଣ୍ଠା ସହର ରେ ପ୍ରବଳ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । ଜିଲ୍ଲା ର ଅନ୍ୟ କିଛି ଏନ॰ଏ॰ସି ରେ ୩୦ ରୁ ୪୦ ହଜାର ଦେଇ ଏହି ଉଠା ପରିସ୍ରାଗାର କିଣାଯାଇଥିବା ବେଳେ ବେଲଗୁଣ୍ଠା ରେ ଏହା ୮୦ ରୁ ୯୦ ହଜାର ଟଙ୍କା ରେ କିଣା ଯାଇଥିବାରୁ ଏଥିରେ ଦୁର୍ନୀତି ହୋଇଥିବା ଚର୍ଚା ହେଉଛି । ଏ ନେଇ ଜିଲ୍ଲା ପ୍ରଶାସନ ଦ୍ରୁଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ