ଗୋଲିଆ ଅଶାନ୍ତ ବାତାବରଣରୁ ଶାନ୍ତି ଫେରିଲା

ବୁଗୁଡା,(ଅନିଲ କୁମାର ମହାରଣା):   ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ରହି ବହୁ ବ୍ୟକ୍ତି ଆହତ ହେବା ସହ ୨୪ ଜଣ ଗିରଫ ହୋଇ ଜେଲରେ ଅଛନ୍ତି । ଏହିପରି ସ୍ଥଳେ ଆଜି ସୋମବାର ଦିନ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପ୍ରୟାସରେ ଗ୍ରାମରେ ଶାନ୍ତି ଫେରାଇ ଆଣିବା ପାଇଁ ଗୋଲିଆ ବଡ଼ ଦାଣ୍ଡରେ ଉଭୟ ଗୋଷ୍ଠୀକୁ ନେଇ ଏକ ଶାନ୍ତି ବୈଠକ ଅନୁଷ୍ଠିତ ହୋଇ ଶାନ୍ତି ଫେରାଇ ଆଣିବାରେ ସଫଳ ହୋଇଥିବା ଜଣାପଡିଛି । ସରପଞ୍ଚ ମନୋରମା ପ୍ରଧାନ ଓ ସମିତି ସଭ୍ୟା ସୁକୁଟି ପୋଲାଇ ଙ୍କ ସମେତ ଉଭୟ ପକ୍ଷରୁ ୫ ଶହରୁ ଉର୍ଦ୍ଧ୍ବ ମୁଖ୍ୟ ବ୍ୟକ୍ତି ମାନେ ଏହି ଶାନ୍ତି ବୈଠକରେ ଯୋଗ ଦେଇଥିଲେ। ଗୋଲିଆ ଗ୍ରାମରେ ଶାନ୍ତି ଫେରାଇ ଆଣିବାକୁ ଉଭୟ ପକ୍ଷଙ୍କୁ ବିଧାୟକ ଶ୍ରୀକାନ୍ତ ସାହୁ ଅନୁରୋଧ କରିଥିଲେ । ଏଥିରେ ଉଭୟ ପକ୍ଷ ସମ୍ମତି ପ୍ରକାଶ କରିଥିଲେ । ଏହି ଅବସରରେ ସରପଞ୍ଚ ଶ୍ରୀମତୀ ପ୍ରଧାନ ଓ ସମିତି ସଭ୍ୟା ଶ୍ରୀମତୀ ପୋଲାଇଙ୍କ ସମେତ ସମର୍ଥକ ବୃନ୍ଦ ବିଜେପି ରୁ ଇସ୍ତଫା ଦେଇ ବିଜେଡିରେ ମିଶିବା ପାଇଁ ଘୋଷଣା କରିଥିଲେ । ବିଧାୟକ ଶ୍ରୀ ସାହୁ ସେମାନଙ୍କୁ ସ୍ୱାଗତ କରିବା ସହ ବିଜେଡି ପୂର୍ବପରି ସୁଦୃଢ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ