ଯୋଡା ପୌରପାଳିକାରେ ସ୍ୱାୟତଃ ଶାସନ ଦିବସ ପାଳିତ
ଯୋଡ଼ା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ପୌରପାଳିକାରେ କୋଭିଡ କଟକଣାକୁ ମାନିବା ସହିତ ସାମାଜିକ ଦୂରତାକୁ ରକ୍ଷା କରି ସୋମବାର ଦିନ ସ୍ୱାୟତଃ ଶାସନ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ, ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରିତିମୟ , ପୂର୍ବତନ ନଗରପାଳ ମଂଜୁଳା ପାତ୍ର, ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ସମେତ ଯୋଡା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ବ୍ୟାଟେରୀ ଚାଳିତ ୪ଟି ବର୍ଜ୍ୟବସ୍ତୁ ସଂଗ୍ରହ ଗାଡି ରେ ମହିଳା ଏବଂ କିନ୍ନରମାନଙ୍କୁ ଗାଡି ଚାଳନା ନିମନ୍ତେ ନିୟୋଜିତ କରାଯାଇଥିଲା । ଏତଦବ୍ୟତିତ କମାରଯୋଡାଠାରେ ଏକ ଭେଣ୍ଡିଂ ଜୋନର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା ଓ ବାଚୁ ହାଟିଂଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏତଦବ୍ୟତିତ ଶିକ୍ଷକ, ଅଙ୍ଗନଓାଡି କର୍ମୀ ଓ ପୌରକର୍ମଚାରୀଙ୍କୁ କୋଭିଡ୍ ଯୋଦ୍ଧାଙ୍କୁ ଉତୋରୀୟ ଦେଇ ସମ୍ମାନୀତ କରିବା ସହିତ ସଫେଇ କର୍ମଚାରୀ ମାନଙ୍କୁ ପୋଷାକ ବଂଟନ କରାଯାଇଥିଲା । ପାଟ୍ଟଯୋଶୀ ସୂଚନା ଦେଇ କହିଥିଲେ ଯେ, ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ ବୋଲି ସେ ସୂଚନା ଦେଇଥିଲେ ।


