ଗୋଷାଣୀ ବ୍ଲକରେ ୧୭ତମ ପଞ୍ଚାୟତ ସମିତି ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ୧୭ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ସି.ଏଚ୍‌. ତାରକେଶ୍ୱରୀ ଅଧ୍ୟକ୍ଷତା କରିଥିଲେ । ଏଥିରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ବିଡିଓ କିଶୋରଚନ୍ଦ୍ର ଦାସ, ବ୍ଲକ ଉପାଧ୍ୟକ୍ଷ ପି.ଦିଲେଶ୍ୱର ରାଓ, ଜିଲ୍ଲାପରିଷଦ ସଭ୍ୟ କେ.ଶ୍ରୀଧର ନାଇଡୁ, ଜିଲ୍ଲାପରିଷଦ ସଭ୍ୟା ବିମଳା ସାମଲ, ସାଂସଦ ପ୍ରତିନିଧି ବାଲା ଧନାଞ୍ଜୟଲୁ ପ୍ରମୁଖ ଉପସ୍ଥିତଥିଲେ । ପ୍ରଥମେ ଜିଲ୍ଲାର ଅନ୍ୟ ବ୍ଲକ ଗୁଡିକରେ ବିଲ ପୈଠ କରାଯାଉଥିବା ବେଳେ ଗୋଷାଣୀ ବ୍ଲକର କାର୍ଯ୍ୟଗୁଡିକର ବିଲ୍ କାହିଁକି ହୋଇପାରୁନାହିଁ ବୋଲି ବିଡିଓ ଶ୍ରୀ ଦାସଙ୍କୁ ପ୍ରଶ୍ନପଚାରିଥିଲେ । ସେହିପରି ପୂର୍ବ ସମିତି ବୈଠକର ପ୍ରଶ୍ନର ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟକ୍ରମ ହୋଇନଥିବାରୁ ସମସ୍ତ ପଞ୍ଚାୟତ ସରପଞ୍ଚ ଏବଂ ସମିତି ସଭ୍ୟ ପାଟିତୁଣ୍ଡ କରିଥିଲେ । ଘୋରଣି ସରପଞ୍ଚ ୦୬.୦୩.୨୦୨୦ ସମିତି ବୈଠକ ହୋଇଥିଲା ବର୍ତ୍ତମାନ ୨୦୨୧ ମସିହା ପର୍ଯ୍ୟନ୍ତ କାହିଁକି ସମିତି ବୈଠକ ହୋଇ ପାରିଲାନାହିଁ ପ୍ରଶ୍ନ କରିଥିଲେ । ଉତ୍ତରରେ କୋଭିଡ୍‌-୧୯ ଯୋଗୁଁ ଏହା ହୋଇପାରିନଥିଲା । ସେହିପରି ସ୍ୱାସ୍ଥ୍ୟ ବିଭାଗ ବ୍ଲକର ସମସ୍ତଙ୍କୁ କୋଭିଡ୍ ଟୀକା ପ୍ରଦାନ କରାଯାଇଅଛି । ଯେଉଁମାନେ ନେଉନାହାନ୍ତି ସେମାନଙ୍କୁ ବୁଝାଇ କୋଭିଡଟୀକା ପ୍ରଦାନ କରାଯିବା ପାଇଁ କହିଥିଲେ । ଶିକ୍ଷା ବିଭାଗକୁ ପଚରାଯାଇଥିଲା କେତେ ସ୍କୁଲ ବନ୍ଦ ଅଛି ? ଏନେଇ କୌଣସି ତଥ୍ୟ ଦେଇପାରିଲେ ନାହିଁ ବିଭାଗୀୟ ଅଧିକାରୀ । ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସ୍କୁଲରେ ଛାତ୍ରଛାତ୍ରୀ ଥିବା ସ୍ଥଳେ ବନ୍ଦଥିବା ସ୍କୁଲ କେବେ ଖୋଲାଯିବ, ପୂର୍ତ୍ତ ବିଭାଗର ଗୋଷାଣୀ ଠାରୁ ଲିଙ୍ଗିପୁର ରୋଡ ମରଣଯନ୍ତା ପାଲଟିବା, ଏହିରାସ୍ତାକୁ ପ୍ରତିବର୍ଷ କାମ କରାଯାଉଥିଲେ ମଧ୍ୟ ପୁନଃ ଖରାପ ହେବା ଆଦିକୁ ନେଇ ବିଧାୟକ ଶ୍ରୀରାଓ ପ୍ରଶ୍ନ କରିଥିଲେ । ବିଦ୍ୟୁତ ବିଭାଗ ସବୁବେଳେ ବିଦ୍ୟୁତ ବିଭ୍ରାଟ, ସ୍କୁଲ ଉପରେ ତାର ନେବା, ବାସଗୃହ ଉପରେ ବିଦ୍ୟୁତାର ଆଦି ବିଷୟରେ ଅବଗତ କରାଯାଇଥିଲା । ଏହା ସହ ବିହନ, ସାର କଳାବଜାରୀ ହେଉଥିବା ବିଷୟରେ ମଧ୍ୟ ପ୍ରଶ୍ନ ହୋଇଥିଲେ ହେଁ କୌଣସି ସନ୍ତଷ ଜନକ ଉତ୍ତର ମିଳିନଥିଲା । ସେହିପରି ସିଡିପିଓଙ୍କୁ ଅନ୍ଧରାଜୋଳା ଠାରେ ଥିବା ୩୦ବର୍ଷର ଅଙ୍ଗନବାଡି କେନ୍ଦ୍ର ରହିଥିଲେ ହେଁ ଅନ୍ୟନାମରେ ପଟ୍ଟା କେମିତି ହେଲା ପ୍ରଶ୍ନ କରାଯାଇଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା । ଶିକ୍ଷାବିଭାଗର ବହୁ ଦୁର୍ନୀତି ବିଷୟରେ ଜିଲ୍ଲାପରିଷଦ ସଭ୍ୟସଭ୍ୟା କହିଥିଲେ । ଓଡିଆ ସ୍କୁଲରେ ତେଲୁଗୁ ଶିକ୍ଷକ ନିଯୁକ୍ତି ଦ୍ୱାରା ଓଡିଆ ପିଲା ସଠିକ ଶିକ୍ଷାଦାନରୁ ବଂଚିତ ହେଉଥିବାର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ବୈଠକରେ ବିଭିନ୍ନ ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନାମାନ ବିଷୟରେ କହିଥିଲେ । ଏହି ବୈଠକରେ ଗ୍ରାମପଞ୍ଚାୟତ ଅଧିକାରୀ ଏବଂ ସହକାରୀ ଯନ୍ତ୍ରୀ ପରିଚାଳନା କରିଥିଲେ । ତେବେ କେତେକ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିନଥିବାରୁ ଉପସ୍ଥିତ ନିର୍ବାଚିତ ପ୍ରତିନିଧିମାନେ ଅସନ୍ତୋଷ ପ୍ରକଟକରିବା ସହ ବିଡିଓଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । ବିଡିଓ ଶ୍ରୀଦାସ କହିଥିଲେ ଯେ, ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହ ଏନେଇ ଏକ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ