ପୋଲିସ ଭ୍ୟାନ୍‌ରୁ ଲକ୍ଷାଧିକ ଟଙ୍କାର ଶାଗୁଆନ୍ କାଠ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାର ଏକ ପୋଲିସ ଭ୍ୟାନ୍‌ରୁ ଲକ୍ଷାଧିକ ଟଙ୍କାର ଶାଗୁଆନ ପଟା ଓ ସାଇଜ କାଠକୁ ବନ ବିଭାଗ ଜବତ କରିଛି । ଏହି ଘଟଣାରେ ଜଣେ ପୋଲିସ ଏସଆଇଙ୍କ ସମେତ ୪ଜଣ ଅଟକ ରହିଛନ୍ତି । ଘଟଣାରୁ ପ୍ରକାଶ ପାର ଳାଖେମୁଣ୍ଡି ଠାରେ ଥିବା ପୋଲିସ ବ୍ୟାରେକରୁ ୩ୟ ବାଟାଲିଆନର ଏକ ଭ୍ୟାନ ଆଜି ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ ଗୌରୀ ପ୍ରସାଦ ରଥଙ୍କ ନେତୃତ୍ୱରେ ଆଜି ଠାରୁ ସମସ୍ତ ଯାନବାହାନ ବନ ବିଭାଗ ତରଫରୁ ଯାଞ୍ଚ କରାଯାଉଛି । ଏହି ଯାଞ୍ଚ ବେଳେ ପାରଳାଖେମୁଣ୍ଡି ଡିଏଫଓ ଅଫିସ ସମ୍ମୁଖରେ ଥିବା ବନ ବିଭାଗ ଚେକ୍‌ଗେଟ ଦେଇ ଯାଉଥିବା ବେଳେ ଓଡି୦୫ ଏକେ ୫୭୩୩ ଲମ୍ବର ବିଶିଷ୍ଟ ପୋଲିସ ଭ୍ୟନ୍‌ଟିକୁ ଯାଞ୍ଚ କରାଯାଇଥିଲା । ଏଥିରୁ ୭୬ଗୋଟି ପଟା ଏବଂ ୨୪ଗୋଟି ଶାଗୁଆନ ସାଇଜ୍ କାଠ ବାହାରି ଥିଲା । ଏହି କାଠକୁ ବନବିଭାଗ ଜବତ କରିବା ସହ ପୋଲିସ ଭ୍ୟାନ ଦ୍ୱାରା ବିନା ପରମିଟରେ ଚାଲାଣ କରୁଥିବା ଜଣେ ପୋଲିସ ଏସଆଇ,ଜଣେ ପୋଲିସ ସିପାହୀ,ଡ୍ରାଇଭର ଓ ସହକାରୀ ଡ୍ରାଇଭରକୁ ବନବିଭାଗ ଅଟକ ରଖି ତଦନ୍ତ ଜାରି ରଖିଥିବା ସୁଚନା ମିଳିଛି । ଜବତ ହୋଇଥିବା କାଠର ଆନୁମାନିକ ମୁଲ୍ୟ ଲକ୍ଷାଧଟକ ଟଙ୍କା ହେବ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ