ଗୌଡ଼ସାହି ଠାକୁରାଣୀ ଯାତ୍ରା ଉଦ୍ଯାପୀତ, ଶାଶୁ ଘରକୁ ଫେରିଲେ ମା’ ସିଦ୍ଧ କମଳା ଦେବୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦରସ୍ଥିତ ଗୌଡ଼ ସାହିର ଆରାଧ୍ୟ ଦେବୀ ମା’ ସିଦ୍ଧ କମଳା ଦେବୀଙ୍କ ଯାତ୍ରା ଉଦଯାପିତ ହୋଇଛି । ବାପା ଘରେ ରହଣି ପରେ ପାରମ୍ପରିକ ରୀତିନୀତି ଅନୁସାରେ ଶାଶୁ ଘରକୁ ଏକ ବିରାଟ ପଟୁଆର ଫେରିଛନ୍ତି ମା ସାଆନ୍ତାଣି I ମାଙ୍କ ଶେଷ ଦର୍ଶନ ପାଇଁ ଅସ୍ଥାୟୀ ମଣ୍ଡପରେ ପ୍ରବଳ ଭିଡ ହୋଇଥିଲା । ରୀତିନୀତି ଅନୁ ନୁସାରେ ଦିନରେ ପୂଜା ସରିବା ପରେ ରାତି ୭ ଟା ସମୟରେ ଆଳତି ଲାଗିଥିଲା । ଲା । ରାତ୍ର ୯ ଟା ରେ ମା’ଙ୍କ ଘଟ ବାହାରି ପରିକ୍ରମା କରି ମଧ୍ୟରାତ୍ରିରେ ଅସ୍ଥାୟୀ ମଣ୍ଡପରେ ପହଞ୍ଚିଥିଲା । ମାଙ୍କ ସ୍ଥାନୀୟ ମଣ୍ଡପ ଓ ବଲ୍ଲଭ ପାଇକ ରକଙ୍କ ଘରୁ ଭୈରବୀ ବେଶରେ ବାହାରି ଖଣ୍ଡା ଚାଳନା ଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା I ବାଜା ବାଜଣା ଓ ଆତସିବାଜିରେ ରାୟଗଡ଼ ଦୁଲୁକୁଥିବା ବେଳେ ଧୂପ ଓ ଦୀପ ମହକରେ ମ ମହକି ଥୂଳ ଥିଲା । ପ୍ରତି ସାହି ଗଳିକନ୍ଦିରେ ମାଙ୍କ ଘଟ ପୂଜା ପାଇ ଇଥିଲା। ବିଭିନ୍ନ ରଙ୍ଗବେର ରଙ୍ଗର ଆଲୋକ ମାଳାରେ ସଜ୍ଜିତ ହୋଇ ହାଇଥିଲା । ସାହି । ବୁଧବାର ସକାଳ ୭ ଟାରେ ବିରାଟ ରାଟ ପଟୁଆରରେ ବାହାରି ନଗର ପରିକ୍ରମା ଶେଷକରି ଠାକୁରାଣୀ ଅସ୍ଥାୟୀ ମଣ୍ଡପରୁ ସ୍ଥାୟୀ ମଣ୍ଡପରେ ପହଂଚି ଥିଲେ । ଉକ୍ତ ଯାତ୍ରା ସୁରୁଖୁରୁରେ ସମ୍ପର୍ଣ୍ଣ ହୋଇଛି । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କମିଟିର ସଦସ୍ୟ ରାମାରାଓ ଗୌଡ, ରମା ଗୌଡ, ରମେଶ ଗୌଡ, ହରେକୃଷ୍ଣ ସାହୁ, ବିଜୟ ଗୌଡ, ସତ୍ୟ ନାରାୟଣ ଗୌଡ ପ୍ରମୁଖ ପରିଚାଳନା କରିଥିବା ବେଳେ କୃଷ୍ଣ ଚନ୍ଦ୍ର ଗୌଡ଼, ଛବିଲ ଗୌଡ, କୁନା ଗୌଡ, ଭୈରବ ଗୌଡ, ନିରାକାର ଗୌଡ, ମିଟୁ ଗୌଡ, ନୀଳାଚଳ ଗୌଡଙ୍କ ସମେତ ସମସ୍ତ ଯୁବଗୋଷ୍ଠୀ ପରିଚାଳନାରେ ସହଯୋଗ କରିଥିଲେ |


