ଗ୍ରାମାଞ୍ଚଳ ଲୋକଙ୍କୁ ଆସନ୍ତା ୧୫ ଦିନ ସହରକୁ ଆସିକାକୁ ବାରଣ କରିଲେ ଗଞାମ ଜିଲ୍ଲାପାଳ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):କୌଣସି ଜରୁରୀ କାମ ନଥିଲେ ସହରକୁ ନ ଆସିବାକୁ ଜିଲ୍ଲାପାଳ ଟୁଇଟ୍ ମାଧ୍ଯମରେ ଗ୍ରାମାଞ୍ଚଳ ଲୋକଙ୍କୁ ଅନୁରୋଧ କରିଛନ୍ତି ।ମାସ୍କ୍ ପରିଧାନ, ସାମାଜିକ ଦୂରତ୍ବ ରକ୍ଷା କରିବା ସହ ହାତକୁ ଭଲଭାବେ ଧୋଇବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ।ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ପ୍ରତ୍ୟେକ ଦିନ ଜିଲ୍ଲାରୁ ଆକ୍ରାନ୍ତମାନେ ଚିହ୍ନଟ ହେଉଛନ୍ତି। ତେବେ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରକୁ ଆଜିଠୁ ୪ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ କବିସୂର୍ଯ୍ୟନଗର ବ୍ଲକ୍‌ର ଏ. ବାରିଡ଼ା ଗାଁକୁ ଆଜିଠୁ ୭୨ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା ହୋଇଛି। ଏହାସହ ଏ.ବାରିଡ଼ାର ଆଖପାଖ ଗାଁକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି।
ସେହିପରି ଆଜିଠୁ ଆସନ୍ତା ୧୫ ଦିନ ଯାଏ ଗ୍ରାମାଞ୍ଚଳ ଲୋକଙ୍କୁ ସହରକୁ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଅତି ଆବଶ୍ୟକ ନଥିଲେ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାସହ ଜନଗହଳି ଠାରୁ ଦୂରେଇ ରୁହନ୍ତୁ ଓ ୨ ମିଟର ଦୂରତା ବଜାୟ ରଖନ୍ତୁ। ମାସ୍କ ପିନ୍ଧନ୍ତୁ ଓ ବାରମ୍ବାର ହାତ ଧୋଇବାକୁ ଜିଲ୍ଲାପାଳ ଟ୍ୱିଟ୍‌ କରି ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ