କୁଶଳୀ ଶ୍ରମିକଙ୍କୁ ୪ମାସ ପାଇଁ ଲାଭଜନକ ନିଯୁକ୍ତି ଯୋଗାଇ ଦିଆଯିବ

ନୂଆଦିଲ୍ଲୀ : ନୂଆଦିଲ୍ଲୀଠାରୁ ଭିଡିଓ କନଫରେନ୍ସ ଜରିଆରେ ଗରିବ କଲ୍ୟାଣ ରୋଜଗାର ଅଭିଯାନର ୱେବ୍ ପୋର୍ଟାଲକୁ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର। ଗରିବ କଲ୍ୟାଣ ରୋଜଗାର ଅଭିଯାନ ହେଉଛି ଭାରତ ସରକାରଙ୍କ ଏକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟିକାରୀ ତଥା ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକ୍ରମ। ଏହାକୁ ୨୦ ଜୁନ ୨୦୨୦ରେ ପ୍ରଧାନମନ୍ତ୍ରୀ ରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଥିଲେ। ଅଭିଯାନ ଜରିଆରେ କୋଭିଡ-୧୯ ଲକଡାଉନ କାରଣରୁ ନିଜ ନିଜ ଘରକୁ ଫେରିଆସିଥିବା ଲକ୍ଷାଧିକ ପ୍ରବାସୀ ଶ୍ରମିକମାନଙ୍କୁ ଆସନ୍ତା ୪ମାସ ପର୍ଯ୍ୟନ୍ତ ଲାଭଜନକ ରୋଜଗାର ସୁଯୋଗ ଯୋଗାଇ ଦିଆଯିବ। ଏହି ଭିଡିଓ କନଫରେନ୍ସରେ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି, ମନ୍ତ୍ରଣାଳୟର ସଚିବନଗେନ୍ଦ୍ର ନାଥ ସିହ୍ନା, ଅଭିଯାନକୁ କାର୍ଯ୍ୟକାରୀ କରିବା ଲାଗି ଚିହ୍ନଟ ହୋଇଥିବା ଜିଲ୍ଲା ପାଇଁ ନିଯୁକ୍ତ କେନ୍ଦ୍ରୀୟ ନୋଡାଲ ଅଧିକାରୀ ଏବଂ ଅଭିଯାନ ସହ ଜଡ଼ିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପୋର୍ଟାଲ ଉନ୍ମୋଚନ ଲାଗି ଖୁସି ବ୍ୟକ୍ତ କରିଥିଲେ। ଏହା ଅଭିଯାନର ଜିଲ୍ଲାଓ୍ବାରୀ ଏବଂ ଯୋଜନା ଓ୍ବାରୀ ଉପାଦାନ ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା ଦେବାରେ ସହାୟକ ହେବ। ଏହା ମଧ୍ୟ ୬ଟି ରାଜ୍ୟରେ ଚିହ୍ନଟ ହୋଇଥିବା ୧୧୬ଟି ଜିଲ୍ଲାରେ ୫୦ହଜାର କୋଟି ଟଙ୍କା ବ୍ୟୟ କରାଯାଇ ହେବାକୁ ଥିବା କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବାରେ ସହାୟକ ହୋଇପାରିବ। ଅଭିଯାନ ପାଇଁ ଚିହ୍ନଟ ହୋଇଥିବା ପ୍ରତ୍ୟେକ ଜିଲ୍ଲାରେ ପାଖାପାଖି ୨୫ ହଜାର ଲେଖାଏଁ ପ୍ରବାସୀ ରହିଛନ୍ତି। ରାଜ୍ୟ ସରକାରଙ୍କ ସହିତ ସମନ୍ବୟ ରକ୍ଷା କରି କୋଭିଡ-୧୯ କାରଣରୁ ଉତ୍ପନ୍ନ ହୋଇଥିବା ବିଭିନ୍ନ ସ୍ଥିତିର ମୁକାବିଲା କରିବାରେ କେନ୍ଦ୍ର ସରକାର ସଫଳ ହୋଇପାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବ କାରଣରୁ ଦେଶରେ ଲକଡାଉନ ସମୟରେ ମଧ୍ୟ କୃଷି, କ୍ଷୁଦ୍ର ଉଦ୍ୟୋଗ ସହ ଜଡ଼ିତ କାର୍ଯ୍ୟକଳାପ, ସରକାରୀ କଲ୍ୟାଣ ଓ ବିକାଶ ଯୋଜନା ଜାରି ରହିଛି। ଯାହା ଗରିବ ଲୋକମାନଙ୍କର ଜୀବନଜୀବିକା ସମସ୍ୟା ସମାଧାନ କରିପାରିଛି। ଚଳିତ ଆର୍ଥିକ ବର୍ଷରେ ଏମଜିଏନଆରଇଜିଏ ଜରିଆରେ ୧,୦୧,୫୦୦ କୋଟି ଟଙ୍କାର ଆବଣ୍ଟନ କରାଯାଇଛି ଯାହା ଅଣକୁଶଳୀ ଶ୍ରମିକମାନଙ୍କୁ ବ୍ୟାପକ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନକୁ ନୋଡାଲ ମନ୍ତ୍ରଣାଳୟ ଭାବେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ କାର୍ଯ୍ୟକାରୀ କରିବାକୁ ଥିବା ବେଳେ ଅନ୍ୟ ୧୨ଟି ମନ୍ତ୍ରଣାଳୟ ସହିତ ସମନ୍ବୟ ରକ୍ଷା କରାଯାଇ ଏହାକୁ କାର୍ଯ୍ୟକାରୀ କରାଯିବ। ୧୨୫ ଦିନ ପର‌୍ୟ୍ୟନ୍ତ ୨୫ଟି ବର୍ଗରେ ଲୋକମାନଙ୍କୁ କାମ ଦିଆଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ