ଗ୍ରାହକ ସେବା କେନ୍ଦ୍ରରେ ଠକେଇ
ଚିତ୍ରକୋଣ୍ଡା, (ବିମଳ କିଶୋରେ ମିଶ୍ର):ସ୍ବାଭିମାନ ଅଞ୍ଚଳର ଜନବାଇ ଠାରେ ଥିବା ଗ୍ରାହକ ସେବା କେନ୍ଦ୍ରରେ ୨୦ହଜାର ଟଙ୍କାର ଠକେଇ । ଗତ ଜାନୁଆରୀ ମାସରେ ସ୍ୱାଭିମାନ ଅଞ୍ଚଳର କିଛି ଲୋକ ଜନବାଇ ଠାରେ ଖୋଲି ଥିବା ଗ୍ରାହକ ସେବା କେନ୍ଦ୍ରରେ ଆଧାର କାର୍ଡ ମାଧ୍ୟମରେ ଟଙ୍କା ଉଠାଇ ଥିଲେ ଓ ଘରକୁ ଚାଲି ଯାଇଥିଲେ । କିନ୍ତୁ କିଛି ଦିନ ପରେ ସେହି ଲୋକ ମାନେ ଆକାଉଣ୍ଟ ଚେକ କରିବାରୁ ଆକାଉଣ୍ଟରେ କୋଡିଏ ହଜାର ଟଙ୍କା କମ ଥିବା ଦେଖିବାକୁ ପାଇଥିଲେ । ପରେ ଉକ୍ତ ଗ୍ରାହକ ସେବା କେନ୍ଦ୍ରକୁ ଯାଇ ପଚାରିଥିଲେ କିନ୍ତୁ ଗ୍ରାହକ ସେବା କେନ୍ଦ୍ର ଚଲାଉଥିବା ତରୁଣ ସାହ ସେ ବାବଦରେ କିଛି ଜାଣି ନଥିବା କହିଲେ । ପରେ ଲୋକମାନେ ପାପରମେଟଲା ଥାନାରେ ଲିଖିତ ଏକ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ କରି ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ତରୁଣ ସାହକୁ ବାନ୍ଧିଲା ଓ ଚିତ୍ରକୋଣ୍ଡା SDPOଙ୍କ ଉପସ୍ଥିତିରେ ଆଜି କୋର୍ଟ ଚାଲାଣ କରିଛି ପୋଲିସ ।


