ମା’ ଗୌରୀଆମ୍ମାଙ୍କ ଭଜନ ପୁସ୍ତକ ଉନ୍ମୋଚନ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ପୋଲସରା ସହରରେ ଦୀର୍ଘ ଏକମାସ ଧରି ଚାଲିଥିବା ମା’ ଗୌରୀଆମ୍ମା ଠାକୁରାଣୀଙ୍କ ଯାତ୍ରା ଅବସରରେ ବୁଗୁଡ଼ା ସହରର ସାହିତ୍ୟିକ ଓ ସାମ୍ବାଦିକ ତ୍ରିଲୋଚନ ପଣ୍ଡାଙ୍କ ଦ୍ୱାରା ରଚିତ “ପୋଲସରା ସହରର ଐତିହ୍ୟ ମା’ଗୌରୀ ଆମ୍ମା ଠାକୁରାଣୀ ଯାତ୍ରା” ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଶ୍ରୀ ପଣ୍ଡାଙ୍କ ଦ୍ୱାରା ରଚିତ ପୁସ୍ତକ ପ୍ରଥମେ ମା’ଗୌରୀଆମ୍ମାଙ୍କ ଡେରା ସାହିସ୍ଥିତ ବାପଘରକୁ ଯାଇ ସମର୍ପିତ କରିଥିଲେ। ଏହାପରେ ଯାତ୍ରା କମିଟିର ସଭାପତି ସୂର୍ଯ୍ୟ ନାରାୟଣ ଆଚାରୀ, ସମ୍ପାଦକ ଜ୍ୟୋତିର୍ମୟ ପଟ୍ଟନାୟକ, କବି ଯୋଗେନ୍ଦ୍ର ମହାରଣା, ଡା.ଶୁଭ୍ରକାନ୍ତ ପାଢୀ, ଦେବାଙ୍ଗୁଲୁ ସମ୍ପ୍ରଦାୟର ଆର.ବାବୁ ପାତ୍ର, ଆର.କାମରାଜୁ ପାତ୍ର, ଏନ.ଭାସ୍କର ରାଓ, ଓ୍ବାଇ.ଚନ୍ଦ୍ର ରାଓ, ମାଲେସୁ ପ୍ରଭାକର, ନାରାୟଣ, ବାବୁଲା ଓ ବୁଦ୍ଧିଜୀବୀଙ୍କ ମହଲରେ ବର୍ଣ୍ଣାଢ୍ୟ ପରିବେଶରେ ପୁସ୍ତକ ଉନ୍ମୋଚନ ହୋଇଥିଲା। ପୁସ୍ତକରେ ମା’ ଗୌରୀଆମ୍ମାଙ୍କ କିମ୍ବଦନ୍ତୀ ଓ ଭଜନ ସ୍ଥାନ ପାଇଛି। ଶ୍ରୀ ପଣ୍ଡାଙ୍କ ଏହି ଉଦ୍ୟମକୁ ଯାତ୍ରା କମିଟି ସାଧୁବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ