ଗ୍ରୀଲଭାଙ୍ଗି ଲକ୍ଷାଧିକ ଟଙ୍କାରେ ସୁନାଗହଣା ଚୋରି ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ଗ୍ରାମର ପ୍ରିୟଦର୍ଶନ ସ୍ୱାଇଁଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ କେହିନଥିବାର ସୁଯୋଗ ନେଇ ଗ୍ରୀଲ ଭାଙ୍ଗି ଘର ଭିତରେ ଚୋର ପସିବା ସହିତ ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା କେହି ଲୁଟ କରିନେଇଥିବା ସଦର ଥାନାରେ ଅଭିଯୋଗ ହୋଇଛି । ପ୍ରିୟଦର୍ଶନ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ସେ ପରିବାର ସହ କଟକ ଯାଇଥିବା ବେଳେ ଗତକାଲି ଅପରାହ୍ନ ୩ଟା ୧୭ମିନିଟ ସମୟରେ କେହି ଜଣେ ଆସି ତାଙ୍କ ଘରେ ଲାଗିଥିବା ସି.ସି. ଟିଭି କ୍ୟାମେରାର ମୁହଁକୁ ବଦଳାଇ ଦେଇଥିଲା । ରାତି ୭ଟାରେ ପ୍ରିୟଦର୍ଶନ ତାଙ୍କ ଦାଦାପୁଅ ଭାଇକୁ ଫୋନ କରି ଦେଖି ଆସିବାକୁ ପଠେଇଥିଲେ । ସେ ଯାଇ ସେଠାରେ ରାତି ସାଢେ୮ଟା ଯାଏ ଥିଲା ଓ ପ୍ରିୟଦର୍ଶନକୁ ଆସି କହିଲା ସବୁ ଠିକ ଅଛି । ସାଢେ ୮ଟାରୁ ୯ଟା ଭିତରେ କେହି ଦୁର୍ବୁତ୍ତ କଟରରେ ଗ୍ରୀଲ କାଟିି ତାଙ୍କ ଘରେ ପସି ନଗଦ ୪୦ହଜାର ଟଙ୍କା ସମେତ ୨୫ଗ୍ରାମର ୫ଟି ସୁନା କାନଫୁଲ, ୧୩ଗ୍ରାମର ଗୋଟିଏ ସୁନାଚେନ, କାନଫୁଲ ଚେନ ୬ଗ୍ରାମର ୨ଟି, ଲକେଟ ୪ଗ୍ରାମର ୨ଟା, ବାଲା ୧୨ଗ୍ରାମର ହଳେ, ନାକଫୁଲ ୨ଗ୍ରାମର ୨ଟି, ରୂପା ଥାଳିଆ ଗୋଟିଏ, ଚୁନା ରୂପା ୨୫୦ଗ୍ରାମ ଓ ଘଣ୍ଟା ଗୋଟିଏ ଚୋରି କରି ନେଇଯାଇଛି । ତେଣୁ ଏହାର ତଦନ୍ତ କରାଯାଇ ଚୋରକୁ ଧରିବା ପାଇଁ ସେ ଥାନା ଅଧିକାରୀଙ୍କୁ ନିବେଦନ କରିଛନ୍ତି । ଆଜି ସଦର ଥାନା ପୋଲିସ ଡଗ୍ ସ୍କ୍ୱାର୍ଡ ଓ ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଥିବା ଥାନାଧିକାରୀଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ