ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
ଶେରଗଡ, (ଦେବୀ ପ୍ରସାଦ ଦାଶ):ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଘରକୁ ଘର ଯାଇ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ସୋମବାର ଶେରଗଡ ବ୍ଳକ ଅନ୍ତର୍ଗତ ଅଲାରିଗଡ ଗ୍ରାମ ପଞ୍ଚାୟତ ଓ ଧବଳପୁର ଗ୍ରାମପଞ୍ଚାୟତର ଶୋଳୋଷଳା ଗ୍ରାମରେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁଙ୍କ ଉପସ୍ଥିତ ରେ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀ ସମସ୍ତଙ୍କ ସ୍କ୍ରିନିଂ କରିଛନ୍ତି ।ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସାହୁ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ବ୍ଳକର ସମସ୍ତ ୨୨ ଗୋଟି ପଞ୍ଚାୟତ ରେ ପାଞ୍ଚଦିନ ଧରି ଚାଲିବ


