ମା ବରଳାଦେବୀ ନାରୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ସହାୟତା
କନ୍ଧମାଳ, (ପ୍ରଶାନ୍ତ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ବିଲାବାଡ଼ି ପଞ୍ଚାୟତର ମଁl ବରାଳଦେବୀ ନାରୀମହାସଂଘଏମାନେ ତାଙ୍କ ମାହାସଙ୍ଘର ନିଜସ୍ୱ ସଞ୍ଚୟ ପାଣ୍ଠିରୁ ଶୁଖିଲାଖାଦ୍ୟଚାଉଳ,ଡାଲି,ଆଳୁ,ତେଲ,ସର୍ପ,ସାବୁନ,ଲୁଣ,ଲଙ୍କା,ପିଆଜ , ଫୁଟଣ ,ଓ ଛୋଟ ପିଲାଙ୍କ ପାଇଁ ବିସ୍କୁଟ, ମିକ୍ଚର, କୁରକୁରି, ରେସନ ଜିନିଷ ସୁଡୁରୁକୁମ୍ପା ଦୋକାନରୁ କିଣିନେଇବିଲାବାଡି ପଞ୍ଚାୟତର ବିଭିନ୍ନ ଗ୍ରାମର ଅତି ଗରିବ ଦୁଖୀ ଭଳିପ୍ରାୟ ଶହେ ପରିବାର କୁ ବଣ୍ଟନ କରିଛନ୍ତି । ଏଥି ସହିତ ଆଜି ସୋମବାର ଦିନ କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୩ ହଜାର ଟଙ୍କା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଙ୍କ ହାତରେ ଦେଇଛନ୍ତି ଓ ଏକ ମାନପତ୍ର ମଧ୍ୟ ଗ୍ରହଣ କରିଛନ୍ତି ।ସୂଚନା ଯୋଗ୍ୟ ଯେ ଲକଡାଉନସମୟ ପାଇଁ ବିଲାବାଡ଼ି ପଞ୍ଚାୟତ ରେ ଅତି ଗରିବ ଶ୍ରେଣୀ ପରିବାର କୌଣସି ରେସନ ଜିନିଷ ଦୋକାନରୁ ଆସି ନେଇପାରି ନ ଥିବାଯୋଗୁଁ ଏହି ନାରୀ ମହାସଙ୍ଘପକ୍ଷରୁ ସମସ୍ତ ଙ୍କୁ ରେସନ ସାମଗ୍ରୀ ପ୍ରଦାନ କରିଛନ୍ତି।ଏହି କାର୍ଯ୍ୟ ରେ ସାମ୍ବାଦିକ ତଥା ସମାଜସେବୀ ବୈଦ୍ୟନାଥ ବେହେରା ସହଯୋଗ କରିଥିଲେ।


