ଯାଜପୁର ଜିଲ୍ଲାର ଯୁବକଙ୍କୁ କୋରନା ଯୋଦ୍ଧା ସମ୍ମାନ
ଯାଜପୁର, (ଓ୍ବାଇଏନ୍ଏସ୍):ଜିଲ୍ଲାର ଆଗ ଧାଡିର ଯୁବକ ଦେବବ୍ରତ ମହାପାତ୍ର କୋରୋନା ମହାମାରୀ ସମୟରେ ଗରିବ ଖଟିଖିଆ ଅସହାୟ ମାନଙ୍କ ପାଇଁ ଖାଇବା ପତ୍ର ଯୋଗାଇବା,ଡାକ୍ଟରଖାନାରେ ରୋଗୀଙ୍କ କଥା ବୁଝିବା, ପ୍ରବାସୀଙ୍କ ସମାସ୍ୟା କୁ ପ୍ରଶାସନ କୁ ଜଣାଇବା,କ୍ୟରେଣ୍ଟାଇନ ରେ ପ୍ରବାସୀ କେଉ ଭଳି ରହୁଛନ୍ତି ତଦାରଖ କରିବା,ସମାଜ ସେବା ଦିଗରେ କାମକରୁଥିବା ବିଭିନ୍ନ ଏନଜିଓ ମାନଙ୍କୁ ଉତ୍ସାହିତ କରିବା। ଏଭଳି ବହୁତ କିଛି ସମାଜସେବା କରି ଆଜି ଦେବବ୍ରତ ରାଜ୍ୟ ସ୍ତରୀୟ କୋଭିଡ-୧୯ ଯୋଦ୍ଧା ଭାଵେ ପରିଚୟ ହାସଲ କରିଛନ୍ତି। ଶ୍ରୀକ୍ଷେତ୍ର ଧାମରେ ଜଗତର ନାଥ ଜଗନ୍ନାଥ ମନ୍ଦିରର ସାମ୍ନାରେ ରାଜ୍ୟ ଆଇନ ଛାତ୍ର ସଂଘର ସଭାପତି ଦିଲ୍ଲିପ ଧିର ସାମନ୍ତଙ୍କ ଉପସ୍ଥିତରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଶ୍ରୀ ଆଶିଷ ସାହୁ କୋଭିଡ-୧୯ ଯୋଦ୍ଧା ଭାବେ ଦେବବ୍ରତ ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହା ପରେ ଦେବବ୍ରତ ଙ୍କ ଏଭଳି ନିଆରା କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ଚର୍ଚ୍ଚା ଜୋରଧରିଥିଲା। ଦେବବ୍ରତ ଙ୍କ ଠାରୁ ସୁଣିବାକୁ ମିଳୁଛି ଗୋପବନ୍ଧୁ ଦାସଙ୍କ “ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ। ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼ ତହିଁ ପଡ଼ୁ ମୋର ମାଂସ-ହାଡ଼ ” ଏହି ଉକ୍ତିଟି ତାଙ୍କୁ ବହୁତ ଆକର୍ଷୀତ କରିଥିଲା। ଏହା ପରେ ସେ ସମାଜସେବା କୁ ନିଜ ଜୀବନର ବ୍ରତ ରୂପେ ମାନିନେଇଥିଲେ। ଯାଜପୁର ଜିଲ୍ଲାର ପାଣିକୋଇଲି ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତ ତେଲିଆ ଗ୍ରାମର ଯୁବକ ତାଙ୍କର ଏଭଳି କାର୍ଯ୍ୟ କଳାପ ଯୋଗୁଁ ସେ ଅଞ୍ଚଳର ତଥା ଜିଲ୍ଲାର ସେ ଆଜି ଗର୍ବ।


