ଘରଘର ବୁଲି ସଚେତନ କରାଉଛନ୍ତି ଅଙ୍ଗନବାଡି ଓ ଆଶାକର୍ମୀ

ହାଟଡ଼ିହି (ଯୁଗାବ୍ଦ ନ୍ୟୁଜ) : ଘରଘର ବୁଲି କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ସଚେତନ କରାଉଛନ୍ତିି ଅଙ୍ଗନବାଡି ଓ ଆଶାକର୍ମୀ । ବାଙ୍ଗୋର ଟାଇଲସାହିର ଅଙ୍ଗନବାଡି କର୍ମୀ ଗାୟତ୍ରୀ ବେହେରା ଓ ଆଶା କର୍ମୀ ଗୌରୀ ସାହୁଙ୍କ କାର୍ଯ୍ୟ ଏବେ ଖୁବ ପ୍ରସଂଶନୀୟ । ସେମାନେ ଘରଘର ବୁଲି ଲୋକମାନଙ୍କୁ କରୋନା ସଂକ୍ରମଣରୁ ରକ୍ଷା ପାଇବାପାଇଁ ସଚେତନା କାର୍ଯ୍ୟକ୍ରମ ଜାରି ରଖିବା ସହ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବୋଲି ପରାମର୍ଶ ଦେବାସହ ଲୋକମାନେ କିପରି ସାବୁନରେ ହାତ ଧୋଇବେ, କିପରି ସାମାଜିକ ଦୁରତା ରକ୍ଷା କରିବେ, କାଶ ଛିଙ୍କ ହେଲେ ତଉଲିଆ କିମ୍ବା ମାସ୍କ ବ୍ୟବହାର କରିବେ ସେସବୁ ବାବଦରେ ବୁଝାଇବା ସହ ମୁଖ୍ୟମନ୍ତ୍ରୀଙ୍କ ‘ମୋ ଜୀବନ’ ବାର୍ତ୍ତାକୁ ଲୋକମାନଙ୍କ ଦ୍ୱାରା ସପଥପାଠ କରାଉଛନ୍ତି । ସରକାରଙ୍କ ନିର୍ଦ୍ଦେଶାନୁଯାଇ ତାଙ୍କ ଅଞ୍ଚଳରେ ଥିବା ଅଙ୍ଗନବାଡି ଶିଶୁ ମାନଙ୍କୁ ଶୁଖିଲା ଖାଦ୍ୟ, ଅଣ୍ଡା ମଧ୍ୟ ବଣ୍ଟନ କରୁଛନ୍ତି । ଅଙ୍ଗନବାଡି ଯାଞ୍ଚ କମିଟିର ସଦସ୍ୟ ମାନେ ମଧ୍ୟ ସେମାନଙ୍କୁ ଏଥିରେ ସାହଯ୍ୟ କରୁଛନ୍ତି । ଖରା ତରାକୁ ଖାତିର ନକରି ଅଙ୍ଗନବାଡି ଓ ଆଶାଙ୍କ ଏପରି କାର୍ଯ୍ୟକୁ ଅଞ୍ଚଳବାସୀ ଖୁବ ପ୍ରସଂଶା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ