ଘରୋଇ ବସ ଚଳାଚଳ ବନ୍ଦ ଯାତ୍ରୀ ହନ୍ତସନ୍ତ

ନିମାପଡ଼ା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ର ନିମାପଡା – ଭୁବନେଶ୍ୱର ରୁଟ ରେ ମୋ ବସ ଚଳାଚଳ କୁ ବିରୋଧ କରି ଆନ୍ଦୋଳନ କରିଛି ନିମାପଡା , କୋଣାର୍କ, କାକଟପୁର ଘରୋଇ ବସ ମାଲିକ ସଂଘ। ଏଣୁ ଆଜି କୋଣାର୍କ- ଭୁବନେଶ୍ୱର, ଅସ୍ତରଙ୍ଗ- ଭୁବନେଶ୍ୱର, ଅସ୍ତରଙ୍ଗ- କଟକ ରୁଟ ରେ କୌଣସି ଘରୋଇ ବସ ଚଳାଚଳ କରିନାହିଁ । ଫଳରେ ଆଜି ଅସ୍ତରଙ୍ଗ,କାକଟପୁର, ଗୋପ, କୋଣାର୍କ, ଚାରିଛକ ଅଞ୍ଚଳ ର ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ନିମାପଡ଼ା ଘରୋଇ ବସ ମାଲିକ ସଂଘ ସଭାପତି ବିଚିତ୍ରାନନ୍ଦ ଖଟୋଇ କହିଛନ୍ତି ଯେ, ନିମାପଡ଼ା – ଭୁବନେଶ୍ୱର ରୁଟ ରେ ପରମିଟ ନଥାଇ ବେଆଇନ ଭାବେ ମୋ ବସ ଚଳାଚଳ କରୁଛି। ଫଳରେ ଘରୋଇ ବସ ଚଳାଚଳ ସମୟ ନିର୍ଘଣ୍ଟ ରେ ଅନ୍ତରାୟ ସୃଷ୍ଟି ହେଉଛି । ମୋ ବସ ଚଳାଚଳ କରିବା ଦ୍ବାରା ଘରୋଇ ବସ ମାଲିକ ମାନେ କ୍ଷତି ସହୁଛନ୍ତି। ଯଦି ତୁରନ୍ତ ମୋ ବସ ଚଳାଚଳ କୁ ବନ୍ଦ କରାନଯାଏ ତେବେ ଉକ୍ତ ରୁଟ ରେ ଘରୋଇ ବସ ଚଳାଚଳ କୁ ଅନିର୍ଦ୍ଦିଷ୍ଟ କାଳପାଇଁ ବନ୍ଦ କରାଯିବ । ଘରୋଇ ବସ ମାଲିକ ସଂଘ ର ଏହି ଘୋଷଣା ଓ ବସ ସେବା ବନ୍ଦ ଆନ୍ଦୋଳନ କୁ ସବୁ ମହଲ ରେ ନିନ୍ଦା କରାଯାଇଛି । ମୋ ବସ ଚାଲିବା ଦ୍ବାରା ସାଧାରଣ ଲୋକ ଓ ଯାତ୍ରୀ ମାନେ ଉପକୃତହେଉଛନ୍ତି। ମୋ ବସ ବିନା ପରମିଟ ରେ ଚାଲିବା ଘଟଣାକୁ ପରିବହନ ବିଭାଗ ତଦନ୍ତ କରି ପଦକ୍ଷେପ ନେବ । ଏଥିରେ ଘରୋଇ ବସ ମାଲିକ ସଂଘ ମୁଣ୍ଡ ପୁରାଇବା ଉଚିତ ନୁହେଁ ବୋଲି ବୁଦ୍ଧିଜୀବି ମାନେ କହିଛନ୍ତି । ସରକାର ଘରୋଇ ବସ ଓ ମୋ ବସ ଚଳାଚଳ ମଧ୍ୟରେ ସମୟ ନିର୍ଘଣ୍ଟ ଘୋଷଣା କରି ସମସ୍ୟା ର ସମାଧାନ କରିଦେବାକୁ ଦାବି ହେଉଛି । ଏଥି ସହିତ ଭୁବନେଶ୍ୱର ଠାରୁ ଅସ୍ତରଙ୍ଗ ର ଜାହାନିଆଁ ପୀର ପୀଠ ଓ କାକଟପୁର ର ମା ମଙ୍ଗଳା ଙ୍କ ପୀଠକୁ ମୋ ବସ ଚଳାଚଳ କରିବାକୁ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ