କାଠିଆବାଡ଼ି ଭାଷା ଶିଖୁଛନ୍ତି ଆଲିୟା

ମୁମ୍ବାଇ : ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିଆବାଡ଼ି’ ଚଳଚ୍ଚିତ୍ର ସୁଟିଂ କାମ ଆରମ୍ଭ ହୋଇଥିବାର ଖବର ୟୁନିନ ତରଫରୁ ମିଳିଛି । ବଲିଉଡ଼ର ଐତିହାସିକ ନିର୍ଦ୍ଦେଶକ ଭାବେ ଜଣାଯାଉଥିବା ସଞ୍ଜୟ ଲୀଳା ଭଁସାଲୀ ଏହାର ନିର୍ଦ୍ଦେଶନା ଦେଉଥିବାବେଳେ ମୁଖ୍ୟ ଭୂମିକାରେ ଅଛନ୍ତି ଆଲିଆ ଭଟ୍ଟ ଅଭିନୟ କରୁଛନ୍ତି । ସୁଟିଂ ଆରମ୍ଭର କିଛି ସପ୍ତାହ ପୂର୍ବରୁ ଆଲିୟାଙ୍କୁ କାଠିଆବାଡ଼ି ଭାଷାରେ କହିବା ନିମନ୍ତେ ତାଲିମ ଦିଆଯାଉଛି । ନିର୍ଦ୍ଦେଶକ ସଞ୍ଜୟ ବ୍ୟକ୍ତିଗତ ଭାବେ ମୁମ୍ବାଇର ଲୋକପ୍ରିୟ କାଠିଆବାଡ଼ି ପ୍ରଶିକ୍ଷକଙ୍କୁ ଏଥିନିମନ୍ତେ ନିଯୁକ୍ତି ଦେଇଥିବାର ପ୍ରକାଶ । ହୁସୈନ ଜୈଦୀଙ୍କ ଉପନ୍ୟାସ ‘ମାଫିଆ କୁଇନ୍ସ ଅଫ ମୁମ୍ବାଇ’ ଉପରେ ଆଧାରିତ । ମୁମ୍ବାଇର ଗଳିକନ୍ଦିରେ ରହୁଥିବା ଜଣେ ସାଧାରଣ ମହିଳା ପରେ କିପରି ଭାବେ ମାଫିଆ ଭାବେ ପରିଚିତ ହୋଇଛି, ତାହା ହିଁ ଚଳଚ୍ଚିତ୍ରର କାହାଣୀ । ଆଲିୟା ଏହି ଭୂମିକା ନିମନ୍ତେ ବେଶଭୂଷା ଉପରେ ମଧ୍ୟ ଖୁବ ଧ୍ୟାନ ଦେଇଛନ୍ତି । କାଠିଆବାଡ଼ି ଭାଷାରେ ପାରଙ୍ଗମ ହେବା ତାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ବୋଲି ୟୁନିଟ୍ ସଦସ୍ୟ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ