ଘୋଡାପଙ୍କା ଗାଁରେ ଗୁଣି ସନ୍ଦେହରେ ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗୁଣି ସନ୍ଦେହରେ ସ୍ୱାମୀ -ସ୍ତ୍ରୀଙ୍କୁ ହତ୍ୟା. ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଘୋଡାପଙ୍କା ଗ୍ରାମରେ. ସୂଚନା ପ୍ରକାରେ ସେହି ଗ୍ରାମର କପିଳେନ୍ଦ୍ର ମଲ୍ଲିକ ଗୁଣି କରି ଲୋକଙ୍କୁ ମାରୁଥିବାର ଗତ ଫେବୁଆରି ମାସରେ କିଛି ଲୋକେ ତାଙ୍କୁ ଗୁଳି ମାରିଥିଲେ. ଚିକିତ୍ସ ହୋଇ ସୁସ୍ଥ ହେବା ପରେ ପ୍ରଥମେ ଅଡବାରେ ରହୁଥିଲେ କପିଳେନ୍ଦ୍ର ଆଉ ତାଙ୍କ ସ୍ତ୍ରୀ. ଗତ 5 ମାସ ହେବ କପିଳେନ୍ଦ୍ର ତାଙ୍କ ପରିବାର ସହ ଘୋଡାପଙ୍କା ଗ୍ରାମରେ ରହି ଆସୁଥିଲେ. ସୋମବାର ସନ୍ଧ୍ୟାରେ କିଛି ଦୁର୍ବୁତ୍ତ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ. ଘଟଣା ସ୍ଥଳରେ କପିଳେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା. ତାଙ୍କ ସ୍ତ୍ରୀ କୌଣସି ପ୍ରକାରେ ଖସି ପଳାଇ ଆସିଥିଲେ. କିନ୍ତୁ ପରେ ଘୋଡାପଙ୍କା ଉପରେ ସାହିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶାସିଦାଙ୍କୁ ଉଦ୍ଧାର କରିଥିଲେ ତାଙ୍କ ମା ଘର ଲୋକେ. ପୋଲିସ ଘାଟଣ ସ୍ଥଳରେ ହତ୍ୟାକାଣ୍ଡ ତଦନ୍ତ ଜାରି ରଖିଛି.


