ସାମ୍ବାଦିକମାନଙ୍କ ଧାରଣା ୩ ଦିନରେ ପହଁଚିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକମାନଙ୍କ ଧାରଣା ଆଜି ୩ୟ ଦିନରେ ପହଞ୍ଚିଛି. ଏହି ଧାରଣାରତ ସାମ୍ବାଦିକମାନଙ୍କୁ ଆଜି ଗଜପତି ଜିଲ୍ଲା ପରିଷଦର ଅଧକ୍ଷ ଗାଵରା ତିରୁପତି ରାଓ ସାକ୍ଷାତ କରିଛନ୍ତି. ଧାରଣାରତ ସାମ୍ବାଦିକମାନଙ୍କ ସହ ଦୀର୍ଘ ସମୟ ଆଲୋଚନା କରିବା ସହ ଘଟଣା ନେଇ ତୀବ୍ର ନିନ୍ଦା କରିବା ସହ ସାମ୍ବାଦିକମାନଙ୍କ କଣ୍ଠରୋଧ ପାଇଁ ଏବଂ ଦୂରୀନୀତି ବିରୋଧରେ ଖବର ପ୍ରକାଶନ ଓ ପରିବେଷଣ କଲେ ସାମ୍ବାଦିକମାନଙ୍କୁ ବିଭିନ୍ନ ମିଥ୍ୟା ଷଡଯନ୍ତ୍ର ଦ୍ୱାରା ଦମନ କରୁଥିବା ସମ୍ପୃକ୍ତ ଅଧିକାରିଣୀଙ୍କ ବିରୋଧରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶକ୍ୟ. ଏଭଳି ଅଧକାରୀମାନଙ୍କୁ ତୁରନ୍ତ ସସପେଣ୍ଡେ କରାଯାଉ ବୋଲି ମଧ୍ୟ ଗଜପତି ଜିଲ୍ଲା ପରିଷଦ ଅଧକ୍ଷ ଦାବି କରିଥିଲେ. ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକରେ କାର୍ଯ୍ୟରତ ୪ ଜଣ ସାମ୍ବାଦିକଙ୍କ ବିରୋଧରେ ରାୟଗଡ ଥାନାରେ ଓଡିଶା ଜୀବିକା ମିଶନ ତରଫରୁ ଏକ ମିଥ୍ୟା କେଶ କରାଯାଇଛି. ଏହି ପ୍ରତିନିଧିମାନେ ଜୀବିକା ମିଶନର ଦୁର୍ନୀତି ନେଇ ଖବର ପରିବେଷଣ କରିବାରୁ ସାମ୍ବାଦିକମାନଙ୍କୁ ଦମନ କରିବା ଉଦେଶ୍ୟରେ ରାୟଗଡ ଥାନାରେ ମିଥ୍ୟା କେଶ କରାଯାଇଥିଲା. ଏହାକୁ ଗଜପତି ଜିଲ୍ଲାର ସାମ୍ବାଦିକମାନେ ଦୃଢ଼ ବିରୋଧ କରିବା ସହ ଗତ ସୋମବାର ଦିନ ଠାରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ମିଥ୍ୟା କେଶ ପ୍ରତ୍ୟହାର ପାଇଁ ଦାବି କରି ଧାରଣା ଆରମ୍ଭ କରିଥିଲେ. ତାହା ଆଜି ୩ ୟ ଦିନରେ ପହଞ୍ଚିଛି. ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗରୁଡ଼ ଧୌଜ ଚୋଧୁରୀ ଓ ତାରିଣୀ ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ସାମ୍ବାଦିକ ରଶ୍ମି ରଞ୍ଜନ ମିଶ୍ର, ସନ୍ତୋଷ ପଟ୍ଟନାୟକ, ଆମୋଦ ବର୍ଦ୍ଧନ, ଜିତେନ୍ଦ୍ର ପାତ୍ର, ସରୋଜ ପାଣିଗ୍ରାହୀ, ସଂଜୀବ ପାଣି, ଆଲୋକ ବୋଷ, ବିଜୟ ଗଉଡଙ୍କ ସହ ବହୁ ସାମ୍ବାଦିକ ଅଂଶ ଗ୍ରହଣ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ