ଚକ୍ରାପାଢୀ ସ୍କୁଲରେ ମୋ ସ୍କୁଲ ଅଭିଯାନ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଚାରିଗାଁ ପଞ୍ଚାୟତ ଚକ୍ରାପାଢୀ ଉପ୍ରା ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ କବିତା ପାଣିଗ୍ରାହୀଙ୍କ ଆବାହକତ୍ୱ ଓ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଜୟଦେବ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଉପେନ୍ଦ୍ର ପ୍ରସାଦ ନନ୍ଦୀ, ଶିକ୍ଷାବିତ୍ ଚୈତନ୍ୟ ପ୍ରସାଦ ମୁଦୁଲି, ପୁରାତନ ଛାତ୍ର ରମାକାନ୍ତ ନନ୍ଦୀ, ଗୟାଧର ସାହୁ, ଗୋପାଳ ଚରଣ ଭୋଳ, ଅଣିଜୋ ସିଆରସିସି ପ୍ରଫୁଲ୍ଲ କୁମାର ନାୟକଙ୍କ ସମେତ ସମସ୍ତ ଶିକ୍ଷକ ଓ ବିଦ୍ୟାଳୟ ପରିିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।


