ହୁ ଦ୍ୱାରା ପିଡିଏଚ୍ଆର୍ଆଇ ସମାଜସେବୀ ସମ୍ମାନୀତ
ଭୁବନେଶ୍ୱର,(ୱାଇଏନ୍ଏସ୍): ଭାରତୀୟ ଗଣତାନ୍ତ୍ରୀକ ମାନବ ଅଧିକାର ସୁରକ୍ଷା ସଂଘଠନ(ପିଡିଏଚ୍ଆର୍ଆଇ)ର ସଭ୍ୟମାନେ ସମ୍ମାନିତ ପ୍ରସିଦ୍ଧ ମୁକ୍ତେଶ୍ୱରଠାରେ ହୋଇଛନ୍ତି । ଏହି ଅବସରରେ କର୍ମକର୍ତାମାନେ ସର୍ବଦା ମାସ୍କ ବ୍ୟବହାର କରିବା ସାମାଜିକ ଦୂରତା ରଖିବା, ହାତକୁ ସାନିଟାଇଜ୍ କରିବା ସମ୍ପର୍କରେ ସଚେତନତା କରିବେ ବୋଲି ଶପଥ ନେଇଥିଲେ । ଏଥି ପାଇଁ ତାଙ୍କୁ ହୁ(ଡବ୍ୁ୍ୟଏଚ୍ଓ) ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା । ସଂଘଠନର ରାଜ୍ୟ ସାମ୍ପାଦିକା ସଂଗୀତା ପଟ୍ଟନାୟକ, ଭୁବନେଶ୍ୱର ସଭାପତି ସଞ୍ଜିବ କୁମାର ସାହୁ, ସମ୍ପାଦକ ଶକ୍ତ ପ୍ରସାଦ ସାହୁ, ସଂଘଠନ ସମ୍ପାଦକ ଦେବାଶିଷ ପାଣିଗ୍ରାହୀଙ୍କୁ ସଂଘଠନର କେନ୍ଦ୍ରୀୟ ସମ୍ପାଦକ ଲିଙ୍ଗରାଜ ସାହୁ ସମ୍ମାନୀତ କରିଥିଲେ ।


