ଚକ୍ଷୁଦାନ ପକ୍ଷପାଳନର ୪ର୍ଥ ଦିବସରେ ସଚେତନତା

ବ୍ରହ୍ମପୁର,(ଅନିଲ କୁମାର):ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ,ବ୍ରହ୍ମପୁର ଚକ୍ଷୁଦାନ ପକ୍ଷପାଳନର ୪ର୍ଥ ଦିବସରେ ଷ୍ଟେଟ ବେଙ୍କ ଛକ ଠାରେ ସଚେତନତା କାର୍ଯ୍ୟକ୍ରମ କରିଛି।ପ୍ରଚାର ପତ୍ର ବଣ୍ଟନ, ପଥପ୍ରାନ୍ତସଭା ଓ ପଦଯାତ୍ରା କରାଯାଇଛି। ବ୍ରହ୍ମପୁରର ମୁଖ୍ୟ ପାଠଗରରେ ଅଧ୍ୟୟନ ରତ ପାଠକ ମାନଙ୍କମଧ୍ୟରେ ଚକ୍ଷୁଦାନ ସମ୍ପର୍କରେ କେ.ନନ୍ଦେଷୁ ସେନାପତି , କ୍ଳବର ପୂର୍ବତନ ସଭାପତି ଜେ.ସୁରେଶ,ପ୍ରଶାନ୍ତ କୁମାର ପାତ୍ର ସଚେତନତା ସୃଷ୍ଟି କରିଥିଲେ। ସେହିପରି ଦିବା ୧୧ ଘଟିକା ସମୟରେ ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ଗଂଜାମ ଜିଲ୍ଳାଶାଖାର ସଭାପତି ଡି.ମୋହନ ରାଓ ଓ ଉପସ୍ଥିତ ସଭ୍ୟା/ସଭ୍ୟ ମାନଙ୍କୁ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ସଚେତନ କରାଯାଇଥିଲା। ଅନ୍ଧତ୍ୱ ଦୂରୀକରଣ ପାଇଁ ଚକ୍ଷୁ ଦାନ ନିତାନ୍ତ ଆବଶ୍ୟକ। ମୃତ୍ୟୁପରେ ଚକ୍ଷୁ ଦାନ କରାଯାଏ। ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ଆଖିର ସ୍ୱଚ୍ଛ ପଟଳ(କୋରନିଆ)କୁ ହିଁ ତାଲିମପ୍ରାପ୍ତ ଡାକ୍ତରଙ୍କ ଦ୍ୱାରା ସଂଗ୍ରହ କରଯାଏ। ମୃତ୍ୟୁପରେ ପରେ ଚକ୍ଷୁଦାତାଙ୍କ ଦୁଇଆଖିକୁ ଓଦା ରଖିବା ପାଇଁ ଆଖିରେ ଓଦା ତୁଳା ବା କନା ରଖିବାକୁ ପଡିଥାଏ ଓ ପଙ୍ଖା ବନ୍ଦ କରିବାକୁ ହୋଇଥାଏ। ଡାକ୍ତର ଚକ୍ଷୁର ସ୍ଵଛପଟଳ କେବଳ ପନ୍ଦର ମିନିଟ ମଧ୍ୟରେ ସଂଗ୍ରହ କରିବାପରେ ତାହା ସୁରକ୍ଷିତ ଭାବେ ରଖାଯାଏ ଓ ୭ ଦିନ ମଧ୍ୟରେ ଅପେକ୍ଷାରତ କର୍ଣ୍ଣିଆଜନିତ ଦୃଷ୍ଟଶକ୍ତିବାଧିତ ବ୍ୟକ୍ତିଙ୍କଙ୍କୁ ପ୍ରତିରୋପଣ କରାଯାଇଥାଏ । ଏହି କାର୍ଯ୍ୟକ୍ରମ ପକ୍ଷପାଳନର ଅଧ୍ୟକ୍ଷ ବି.ଲକ୍ଷ୍ମୀନାରାୟଣ ପାତ୍ର, ସଭାପତି ଏମ.ବିଦ୍ୟାସାଗର, ସମ୍ପାଦକ ସତ୍ୟକାଂ ପାତ୍ର, କୋଷାଧ୍ୟକ୍ଷ ପ.କିରଣ କୁମାର, କେ.ପୁରୁଷୋତ୍ତମ ସୁବୁଦ୍ଧି,ଭି.ଭି.ରାଜୁ, ଇ.ଡି.ପାତ୍ର, ସିଏଚ .ଶିବପ୍ରସଦ ରାଓ, ସିଏଚ.ଶ୍ରୀନିବାସ ରାଓ ଜେ.ନାଗେଶ୍ୱର ରାଓ, ଏସ.ଶ୍ରୀନିବାସ ରାଓ ଇ.ଜଗଡ଼ିଶ୍ୱର ରାଓ , ପ୍ରଶାନ୍ତ କୁମାର ପାତ୍ର ଓ ବହୁ ସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ