ଭାଜପା ନଗର ଶାଖା ପକ୍ଷରୁ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟିର ନଗର ମଣ୍ଡଳ ବାଲିଗୁଡା ଶାଖା ପକ୍ଷରୁ ସ୍ଥାନୀୟ ସଭାଗୃହ ଠାରେ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ନଗର ସଦସ୍ୟତା ସଂଯୋଜକ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ବାଲିଗୁଡା ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ କଳ୍ପନା କହଁର ଙ୍କ ସମେତ ଜିଲ୍ଲା ଉପ ସଭାନେତ୍ରୀ ସୁଷମା ସାହୁ, ଜିଲ୍ଲା ସମ୍ପାଦକ ରଞ୍ଜିତ ସାହୁ ତଥା ଜିଲ୍ଲା ମଣ୍ଡଳ ଏବଂ ଶକ୍ତିକେନ୍ଦ୍ରର ପ୍ରମୁଖ ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗଦେଇ ଡଵଲ ଇଞ୍ଜିନ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ସହିତ ନୁତନ ସଦସ୍ୟ ଗ୍ରହଣ ଅଭିଯାନ ସମ୍ପର୍କରେ ନିଜ ନିଜର ମତାମତ ରଖିଥିଲେ । ଓଡ଼ିଶାରେ ବିଜେପି ସଂଗଠନ ଆହୁରି ସୁଦୃଢ଼ କରିବା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଏଥିରେ ଜିଲ୍ଲା ସଭାପତି ଓ ନଗର ସଭାପତି ସମେତ ବାଲିଗୁଡ଼ା ବ୍ଲକ୍ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ଅନ୍ତର୍ଯ୍ୟାମୀ ବେହେରା, ସଞ୍ଜୟ କୁମାର ଦାସ, ସୁରେନ୍ଦ୍ର ପାତ୍ର, ଓ ପୂର୍ବତନ କାଉନସିଲର, ନଗରର ପ୍ରମୁଖ କାର୍ଯ୍ୟକର୍ତ୍ତା ଏହି କର୍ମଶାଳାରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ