ଚତୁର୍ଥ ଥର ବାହା ହେଉଥିଲେ ଭୋଜି ମାଗଣା
ଏ ମହରଗ ଯୁଗରେ ବାହାଘର ଭୋଜି କେମିତି ମାଗଣାରେ ହେବ ବୋଲି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ଏପରି ଏକ ଯୋଜନା ପାକିସ୍ତାନର ଏକ ବିବାହ ମଣ୍ଡପରେ ଆରମ୍ଭ କରାଯାଇଛି । ଏହି ଯୋଜନା କେବଳ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ବିବାହ କରୁଥିବା ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ । ପାକିସ୍ତାନର ବାହାବଳପୁରରେ ନୂଆ କରି ଆରମ୍ଭ ହୋଇଥିବା ଏକ ମଣ୍ଡପ ବିବାହିତ ପୁରୁଷଙ୍କ ଲାଗି ଅଫର୍ ଦେଇଛି ଯେ ଦ୍ୱିତୀୟ ବାହାଘର ୫୦ ପ୍ରତିଶତ, ତୃତୀୟରେ ୭୫ ପ୍ରତିଶତ ଛାଡ଼ ରହିଥିବା ବେଳେ ଚତୁର୍ଥ ଥର ବିବାହ କରୁଥିଲେ ଭୋଜି ମଣ୍ଡପ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣା ସୁବିଧା ଦିଆଯାଏ । ଏହି ଭିଡିଓକୁ ପାକିସ୍ତାନୀ ସାମ୍ବାଦିକ ନାୟଲା ଇନାୟତ ଟ୍ୱିଟରରେ ଶେୟାର କରିଛନ୍ତି । ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । କେବଳ ଗୋଟିଏ ସର୍ତ୍ତ ରହିଛି ପତି ଏକାଧିକ ବିବାହ କରୁଥିଲେ ତାଙ୍କର ପ୍ରଥମ ପତ୍ନୀ ହଲ୍ ବୁକ୍ କରିବା ଜରୁରୀ ।


