ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅବସର ସମ୍ବର୍ଦ୍ଧନା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକରେ ଦୀର୍ଘ ଦିନ ହେବ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରିଆସୁଥିବା ରବିନ୍ଦ୍ର ନାଥ ସାହୁଙ୍କୁ ଅବସର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ମୀନକେତନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସମ୍ବର୍ଦ୍ଧନା ସଭାରେ ବିଡ଼ିଓ ଦେବଦତ୍ତ ଦାସ ଯୋଗଦେଇଥିଲେ । ଶ୍ରୀ ସାହୁ ନିଷ୍ଠାପର ଭାବେ କାର୍ଯ୍ୟ କରି ଏଠାରୁ ଅବସର ଗ୍ରହଣ କରିଥିବା ବେଳେ ତାଙ୍କର ଅବଶିଷ୍ଟ ସମୟ ଶାନ୍ତିରେ କଟିବ ବୋଲି ସମ୍ବର୍ଦ୍ଧନା ସଭାରେ ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ହିସାବ ରକ୍ଷକ ଗିରିଜା ଶଙ୍କର ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋପାଳ କୃଷ୍ଣ ପଣ୍ଡା, ପଦ୍ମଲୋଚନ ରାଉତ, ନରେନ୍ଦ୍ର କୁମାର ରାଉତ, ଅଜିତ କୁମାର ବେହେରା ପ୍ରମୁଖ ଶ୍ରୀ ସାହୁଙ୍କ କର୍ମମୟ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଅଙ୍ଗବସ୍ତ୍ର ପୂର୍ବକ ସମ୍ବର୍ଦ୍ଧନା ଜଣାଯାଇଥିଲା । ଏଥିରେ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଜିଆରଏସ ସନ୍ତୋଷ ସାହୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ