ଚନ୍ଦନ ଯାତ


ଗ୍ରୀଷ୍ମେ ବଇଶାଖ ଜ୍ଯେଷ୍ଠ
ପ୍ରଭୁଙ୍କ ଶ୍ରୀଅଙ୍ଗେ ନିଦାଘ କଷ୍ଟ ଗୋ
ଚନ୍ଦନ ବୋଳି ଖଣ୍ଡନ ରିଷ୍ଟ
ସଜନୀ ଗୋ ।

ଗ୍ରୀଷ୍ମରେ ତପତ ଝାଞ୍ଜି
ଅଙ୍ଗବାସ ଯାଏ ସ୍ବେଦରେ ଭିଜି ଗୋ
ଗନ୍ଧ ଚନ୍ଦନରେ ସ୍ନାନ ଆଜି
ସଜନୀ ଗୋ ।

ଅକ୍ଷୟ ତୃତୀୟା ବେଳ
ନରେନ୍ଦ୍ର ସରରେ ଚାପର ଖେଳ ଗୋ
ଦଶ ଦେବତା ହୁଅନ୍ତି ମେଳ
ସଜନୀ ଗୋ ।

ମଦନମୋହନ କୃଷ୍ଣ
ଭୂଦେବୀ ଶ୍ରୀଦେବୀ ସଙ୍ଗତେ ରାମ ଗୋ
ପଞ୍ଚୁପାଣ୍ଡବ କ୍ରିଡାରେ ସଙ୍ଗ
ସଜନୀ ଗୋ ।

ନନ୍ଦା ଭଦ୍ରା ଚାପ ଚଢି
ଏକୋଇଶ ଦିନ ଚନ୍ଦନ ବଢି ଗୋ
ନିଜ ଆସ୍ଥାନେ ଯାନ୍ତି ବାହୁଡି
ସଜନୀ ଗୋ ।

ବାହାର ଚନ୍ଦନ ସାରି
ଭିତରେ ଖେଳନ୍ତି ବିଧି ଆଚରି ଗୋ
ବୟାଳିଶ ଦିନ ମିଶି କରି
ସଜନୀ ଗୋ ।

ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ