ବିଜୁ ପଟ୍ଟନାୟକଙ୍କର ୨୯ ତମ ତିରୋଧାନ ଦିବସ
ଛତ୍ରପୁର,(ଓ୍ବାଇଏନଏସ) : ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ମହାନ୍ ଜନନାୟକ, ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୨୯ ତମ ତିରୋଧାନ ଦିବସ ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସର ରେ ବହୁ ଛାମୁଆଁ ଏବଂ ଆଗଧାଡି ର ନେତା ଓ କର୍ମୀ ମାନେ ଏକଜୁଟ ହୋଇ ବଜେଡି କୁ ଆହୁରୀ ସୁସଙ୍ଗଠିତ ଏବଂ ମଜବୁତ କରିବା ନିମନ୍ତେ ସଂକଳ୍ପ ନେଇଥିବା ର ଦେଖିବାକୁ ମିଳିଛି l ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଙ୍କ ତତ୍ୱବଧାନ ଏବଂ ଛତ୍ରପୁର ବ୍ଲକ ସଭାପତି ଏସ. ଚକ୍ରପାଣି ରେଡ୍ଡୀ ଙ୍କ ନେତୃତ୍ୱ ରେ ନିର୍ବାଚନ ମଣ୍ଡଳୀର ବହୁ ଦଳୀୟ ନେତା ଓ କର୍ମୀ ମାନେ ସାମିଲ ହୋଇ ପ୍ରଥମେ ଛତ୍ରପୁର ସ୍ଥିତ ଗୌରୀଶଙ୍କରମନ୍ଦିର ନିକଟରେ ଥିବା ଲାଇନବନ୍ଧ ରେ ବରିଷ୍ଠ ନେତା ପ୍ରଶାନ୍ତ କୁମାର କର ଙ୍କ ପୋରହିତ୍ୟରେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l ସେଠାରୁ ଏକ ଶୋଭାଯାତ୍ର ରେ ବାହାରି ସ୍ଥାନୀୟ ଲୋଏର ବସଷ୍ଟାଣ୍ଡ ପହଂଚି ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ l ଏଥିରେ ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ, ଛତ୍ରପୁର ନଗର ବିଜେଡି ସଭାପତି ଵି. ରାଜୁବାବୁ, ଯୁବ ନେତା ଟି. ଚନ୍ଦ୍ର ଶେଖର ରାଓ, ପୂର୍ବତନ କାଉନସିଲର ରାଜେଶ ସାହୁ, ଗଞ୍ଜାମ ବ୍ଲକ ସଭାପତି ରଞ୍ଜନ ପଲାଇ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନଦାସ, ଜିଲ୍ଲା ପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ ଓ ସନାତନ ବେହେରା, ଗଗନ ସ୍ୱାଇଁ, ଯୁବ ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ସାଧାରଣ ସମ୍ପାଦକ ବିମଳ କୁମାର ପଣ୍ଡା, ରମ୍ଭା ଏନଏସି ସଭାପତି ଶ୍ରୀକାନ୍ତ ବିଶ୍ୱଳ, ରାଜୁ ପାତ୍ର,ମତ୍ସ୍ୟଜୀବି ନେତା ଵି. ଭୀମସେନ, ଦିଲେଶ୍ଵର ରେଡ୍ଡୀ, ରାଜେଶ ମହାରଣା, ଓକିଲ ସଂଘ ର ସଭାପତି ଏଲ. ଗୋପାଳ ରାଓ, ଆଇନଜୀବୀ ମନୋଜ କୁମାର ପାଢ଼ୀ ଓ ଭୈରବୀ କୁମାର ପଟ୍ଟନାୟକ, ଯୁବନେତା କାଁହୁ ଚରଣବେହେରା, ଅଟଳ ବିହାରୀ ପଟ୍ଟନାୟକ,ଅଭିରାମ ପ୍ରଧାନ, ଟିକିନା ଗୌଡ଼, ସନ୍ତୋଷ ବେହେରା, ନାରୀନେତ୍ରୀ ନୀଳାଦ୍ରି ପ୍ରଧାନ, ନାଗେଶ୍ୱର ରାଓ ପ୍ରମୁଖ ସାମିଲ ହୋଇ ବିରୋଧୀ କୁ କଡା ସମାଲୋଚନା କରିବା ସହିତ ବିଜୁ ବାବୁଙ୍କ ଅବଦନାକୁ ସ୍ମରଣ କରିଥିଲେ ।


