ଚନ୍ଦ୍ରାୟନ ପାଇଁ ଉତ୍ସବ ପାଳିଲା ରୋଟାରୀ କ୍ଲବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସମସ୍ତ ରୋଟାରୀ କ୍ଲବର ପ୍ରତିନିଧିଙ୍କ ଉପସ୍ଥିତିରେ ରୋଟାରୀ କ୍ଲବ ଅଫ୍ ଫେଲୋସିପ୍ ର ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କ୍ଲବର ନୂତନ ସଭାପତି ଗଦାଧର ଦାସ ଓ ସମ୍ପାଦକ ଦୟାନିଧି ନାୟକଙ୍କୁ ଅତିଥିମାନେ ଅଧିଷ୍ଠିତ କରାଇଥିଲେ । କ୍ଲବର ବିଗତ ବର୍ଷର ସଭାପତି ବିମ୍ବାଧର ବେହେରା ଏଥିରେ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗତ ବର୍ଷର ସମ୍ପାଦକ ରିପୋର୍ଟ ପଠନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଡିଜିଇ ୟଜ୍ଞାଶିଷ ମହାପାତ୍ର, ଡିଜିଏନ୍ ମନୋଜ ତ୍ରିପାଠୀ, କ୍ଲବ ଚେୟାରମ୍ୟାନ୍ ପି.କେ ମିଶ୍ର, ଶିବବ୍ରତ ଦାଶ ଯୋଗଦେଇ ନୂତନ ୧୨ଜଣ ସଭ୍ୟଙ୍କୁ ସମ୍ବର୍ଦ୍ଧନା କରିବା ସହ ରୋଟାରି କ୍ଲବର ବିଭିନ୍ନ ଜନହିତକର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ନୂତନ ସଭାପତି ଗଦାଧର ଦାସ କ୍ଲବର ଉନ୍ନତି ତଥା ସମାଜମଙ୍ଗଳ କାର୍ଯ୍ୟ କରିବା ସମ୍ପର୍କରେ ନଜର ମତ ରଖିଥିବା ବେଳେ ନୂତନ ସମ୍ପାଦକ ଦୟାନିଧି ନାୟକ ଆସନ୍ତା ବର୍ଷର କାର୍ଯ୍ୟକ୍ରମ ଓ ବଜେଟ୍ ଉପସ୍ଥାପନା କରିଥିଲେ । ଶେଷରେ ଗିରିଶ ପ୍ରସାଦ ମିଶ୍ର ଧନ୍ୟବାଦ ପ୍ରଦାନ କରିବା ପରେ ଜାତୀୟ ସଂଗୀତ ଗାନ କରାଯାଇ ଚନ୍ଦ୍ରାୟନ ଯାତ୍ରା ପାଇଁ ଉତ୍ସବ ପାଳନ କରାଯାଇଥିଲା ।


