ଚମାଖଣ୍ଡି ପଂଚାୟତ କାର୍ଯ୍ୟାଳୟରେ ଚକ୍ଷୁ ମିତ୍ର କ୍ୟାମ୍ପ ଅନୁଷ୍ଠିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ପଂଚାୟତ କାର୍ଯ୍ୟାଳୟ ପରିସରରେ ଚମାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଏକ ଚକ୍ଷୁ ମିତ୍ର କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଏହି କ୍ୟାମ୍ପକୁ ସ୍ଥାନୀୟ ସରପଂଚ ମନୋଜ କୁମାର ରେଡ୍ଡୀ ଉଦଘାଟନ କରିଥିଲେ । ଅଂଚଳର ୫୦ ଜଣ ବ୍ୟକ୍ତି ଏହି କ୍ୟାମ୍ପରେ ନିଜ ଚକ୍ଷୁ ପରୀକ୍ଷା କରାଇଥିଲେ । ସେଥି ମଧ୍ୟରୁ ୨୦ ଜଣଙ୍କ ଚକ୍ଷୁ ଖରାପ ଥିବାରୁ ସେମାନଙ୍କୁ ଚଷମା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ସମସ୍ତ କାର୍ଯ୍ୟକ୍ରମକୁ ଚମାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ କିରଣ କୁମାର ପଣ୍ଡା ସଂଯୋଜନା କରିଥିବା ବେଳେ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ସିମାଂଚଳ ପ୍ରଧାନ, ଚମାଖଣ୍ଡି ପିଇଓ ସନ୍ତୋଷ କୁମାର ବେହେରା, ଏଏନଏମ ଲକ୍ଷ୍ମୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।


