କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବିକ୍ଷୋଭ ପ୍ରଦର୍ଶନ

ଛତ୍ରପୁର, (ଦେବଦତ୍ତ ମହାରଣା) :-କେନ୍ଦ୍ର ବିଜେପି ସରକାରଙ୍କ କଂଗ୍ରେସ କମିଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଆକ୍ରୋଶମୂଳକ ଭାବେ ଇଡିର ସମନ ଜାରୀ ପ୍ରତିବାଦରେ ଶୁକ୍ରବାର ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ମହେଶ୍ୱର ପାତ୍ର ଙ୍କ ନେତୃତ୍ୱରେ ଦଳୀୟ ନେତା ଓକର୍ମୀ ମାନେ ସ୍ଥାନୀୟ ଡିଆରଡିଏ ଛକ ଠାରୁ ଏକ ଶୋଭା ଯାତ୍ରାରେ ବାହାରି ଛତ୍ରପୁର ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଂଚିଥିଲେ । ପରେ ସେଠାରେ ସୋନିଆ ଗାନ୍ଧୀଙ୍କୁ ଇଡି ର ସମନ ଜାରୀ କୁ ଦୃଢ ନିନ୍ଦା କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ କଂଗ୍ରେସ ନେତା ଭୋକାଲି ସେଠୀ, ପିତବାସ ପଣ୍ଡା, ଭାଗିରଥି ବେହେରା, କାଳିଆ ରାଉଳ ଓ ଅବନୀ ଶତପଥିଙ୍କ ସମେତ ବହୁ ମହିଳା , ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ