ଚର୍ଚ୍ଚାରେ ଅଜିମ ପ୍ରେମଜି
ଆଇଟି କ୍ଷେତ୍ରର ପ୍ରମୁଖ ତଥା ୱିପ୍ରୋର ଅଧ୍ୟକ୍ଷ ଅଜିମ ୱିପ୍ରୋ ଲିମିଟେଡ଼ର ୩୪ ପ୍ରତିଶତ ସେୟାର ଯାହାର ବଜାର ମୂଲ୍ୟ ୫୨,୭୫୦ ଟଙ୍କା ପରୋପକାର କାର୍ୟ୍ୟପାଇଁ ଉତ୍ସର୍ଗ କରିଦେଇଛନ୍ତି ।
ଅଜିମ ପ୍ରେମଜୀ ନିଜ ସମ୍ପତିକୁ ତ୍ୟାଗ କରି ଧର୍ମକାର୍ୟ୍ୟ ଏବଂ ପରପୋକାର ପାଇଁ ନିଜକୁ ଆଗ୍ରହୀ କରିଛନ୍ତି । ଯାହା ଦ୍ୱାରା ଅଜିମ ପ୍ରେମଜୀ ଫାଉଣ୍ଡେସନକୁ ପରୋପକାରର ସହଯୋଗ ମିଳିବ । ଏହା ପୂର୍ବରୁ ତାଙ୍କ ଦ୍ୱାରା ଦାନ କରଯାଇଥିବା ମୋଟ ଟଙ୍କା ୧୪୫,୦୦୦ କୋଟି ଟଙ୍କା । ଯାହା ୱି୍ରପ୍ରୋ କମ୍ପାନୀର ୬୭ ପ୍ରତିଶତ ଟଙ୍କା । ପ୍ରେମଜୀ ଭାରତର ପ୍ରଥମ ବ୍ୟକ୍ତି ଯିଏ ‘ଦ ଗିଭିଙ୍ଗ ପ୍ଲେଜ ଇନିସିଏଟିଭ’ରେ ହସ୍ତାକ୍ଷର କରିଥିଲେ । ଏହି ଦସ୍ତାବିଜ ଦ୍ୱାରା ନିଜର ୫୦ ପ୍ରତିଶତ ପରୋପକାର ପାଇଁ ଖର୍ଚ୍ଚ କରିବାକୁ ନିୟମ ରହିଥାଏ । ସେ ‘ଅଜିମ ପ୍ରେମଜୀ ଫାଉଣ୍ଡେସନ’ ସମାଜ ସେବା ପାଇଁ ବନାଇଛନ୍ତି, ଯାହା ଶିକ୍ଷା କ୍ଷେତ୍ରରେ ଅଧିକ କାର୍ୟ୍ୟ କରୁଛି । ଏହି ଫାଉଣ୍ଡେସନର ଲକ୍ଷ୍ୟ ପବ୍ଲିକ ସ୍କୁଲଗୁଡ଼ିକୁ ସାହାଯ୍ୟ କରି ଅଭିବୃଦ୍ଧି କରାଇବା ।
‘ଅଜିମ ପ୍ରେମଜୀ ଫାଉଣ୍ଡେସନ’ କର୍ଣ୍ଣାଟକ ,ଉତ୍ତରାଖଣ୍ଡ ,ଛତିଶଗଡ଼ ,ପଡ଼ୁଚେରୀ ,ତେଲେଙ୍ଗାନା , ମଧ୍ୟପ୍ରଦେଶ ,ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ କାର୍ୟ୍ୟ କରୁଛି । ଏହି ଫାଉଣ୍ଡେସନରୁ ୧୫୦ଟି ଏନଜିଓକୁ ଆର୍ଥିକ ସହାୟତା ମିଳିଛି । ଅଜିମଙ୍କୁ ପ୍ରାନ୍ସର ସର୍ବୋଚ୍ଚ ନାଗରିବ ସମ୍ମାନ ‘ ଶେବେଲିଅର ଡ଼ି ଲା ଲିଜନ ଡ଼ି ଅଁନର ‘ ମିଳିଛି । ତାଙ୍କୁ ଏହି ଆୱାର୍ଡ଼ ସାମାଜିକ ସେବା ,ଆର୍ଥିକ ଓ ଆଇଟି େ୪ତ୍ରରେ ବିକାଶ ,କାରଣରୁ ପ୍ରଦାନ କରାଯାଇଛି । ପ୍ରେମଜୀଙ୍କ ପିତା ଜଣେ ବ୍ୟବସାୟୀ ଥିଲେ । ମହମ୍ମଦ ଅଲ୍ଲୀ ଜିନ୍ନା ତାଙ୍କୁ ପାକିସ୍ଥାନର ଅର୍ଥ ମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେ ଭାରତରେ ରହିବାକୁ ପସନ୍ଦ କରିଥିଲେ ।


