ଚର୍ଚ୍ଚାରେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ
ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ପ୍ରାର୍ଥୀ ଦେଇଛି ବିଜେପି। ସନତ ଗଡ଼ତିଆଙ୍କୁ ବିଜେପୁର ପାଇଁ ବିଜେପି ଟିକେଟ ଦେଇଛି। ଆଜି ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ। ଦ୍ୱିତୀୟ ପର୍ୟ୍ୟାୟର ଏହି ଗୋଟିଏ ଆସନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଆସନରେ ଆଗୁଆ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେପି। ଗତକାଲି ବିଳମ୍ବିତ ରାତିରେ ବିଜେପୁର ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା। ଅନ୍ୟପଟେ ବିଜେପୁର ଆସନରୁ ବିଜେଡି ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ପ୍ରାର୍ଥୀ ହୋଇଥିବାରୁ ଏହି ଆସନ ଏବେ ଚର୍ଚ୍ଚାରେ ରହିଛି।


