ଚଳଚିତ୍ର ଜଗତର ବାଦଶାହା ବିଜୟ ମହାନ୍ତିଙ୍କ ବିୟୋଗରେ ସ୍ମୃତିସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୁଲ୍ୟରେ ଚଳଚିତ୍ର ଜଗତର ବାଦଶାହା ସୂର୍ଗତ ବିଜୟ ମହାନ୍ତିଙ୍କ ବିୟୋଗରେ ସାହିତ୍ୟ ସଂସଦର ସଭାପତି ଡଃ.ବାସୁଦେବ ଦାସଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ , ଉପସଭାପତି ପ୍ରଦିପ କୁମାର ଦାଶ, ସହସମ୍ପାଦକ କାର୍ତ୍ତିକ ଚରଣ ନାୟକ, କୋଷାଧ୍ୟକ୍ଷ ନୃସିଂହ ଚରଣ ତ୍ରିପାଠୀ ପ୍ରମୁଖ ଯୋଗଦେଇ କହିଥିଲେ ଯେ ସୂର୍ଗତ ମହାନ୍ତି ଏକାଧାରରେ ନାୟକ, ଖଳନାୟକ, ହାସ୍ୟ ଅଭିନେତା, ମଂଚକଳାକାର, ସାହିତ୍ୟିକ, ରାଜନୀତିଜ୍ଞ ଥିଲେ । ସେ ଦୁହୁରିଆ ପ୍ରାଥମିକ ବିଦ୍ୟାଳୟ ଓ ଗୁଲୁନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ତାଙ୍କର ବିୟୋଗ କେନ୍ଦ୍ରାପଡା ପାଇଁ ଅପୁରଣୀୟ ଶୂନ୍ୟସ୍ଥାନ ସୃଷ୍ଟିକରିଛି । ଅନ୍ୟମାନଙ୍କ ମଧ୍ୟରେ ଏହି ସ୍ମୃତିସଭାରେ ଗୋପାଳକୃଷ୍ଣ ଜେନା, ଶରତ କୁମାର ରାଉତ, ଧିରେନ୍ଦ୍ର କୁମାର ଦାସ, କବି ଅଶୋକ କୁମାର ସାହୁ, ମନୋଜ କୁମାର ଦାସ, ସାଇସ୍ୱରୂପ ଦାସ, ମାଧବ ଦାସ, ରାମକୃଷ୍ଣ ଦାଶ ପ୍ରମୁଖ ଯୋଗଦେଇ ସୂର୍ଗତ ମହାନ୍ତିଙ୍କ ଚଳଚିତ୍ର ଜଗତ ପ୍ରତି ଥିବା ଭୂମିକା ସମ୍ପର୍କରେ ଅବତାରଣା କରିଥିଲେ । ସେ ଏକଶହଅଶୀରୁ ଉର୍ଦ୍ଧ୍ୱ ଚଳଚିତ୍ରରେ ଅଭିନୟ କରିଥିବା ବେଳେ ତାଙ୍କର ସ୍ମୃତି ଉଦେଶ୍ୟରେ ଦୁହୁରିଆ ନିକଟରେ ଏକ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପନ,ତିନିମୁହାଣି ଠାରୁ ଦୁହୁରିଆ ପର୍ଯ୍ୟନ୍ତ ରାସ୍ତାକୁ ତାଙ୍କ ନାମରେ ନାମିତ କରାଯିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଏକ ପ୍ରସ୍ଥାବ ରଖାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା । ଶ୍ରୀ ନାୟକ ବାଲ୍ୟବନ୍ଧୁ ସୂର୍ଗତ ମହାନ୍ତିଙ୍କ ପିଲାଦିନର କଥା ବଖାଣିଥିଲେ । ସଂସଦର ନୂତନ ଗୃହରେ ତାଙ୍କର ଏକ ତୈଳଚିତ୍ର ସ୍ଥାପନ ଓ ସଂସଦର ମୁଖପତ୍ର ଦିଗବଳୟରେ ଏକ ପୃଷ୍ଟା ତାଙ୍କ ପାଇଁ ଉତ୍ସର୍ଗ କରିବାକୁ ସ୍ଥିର କରାଗଲା ।ପ୍ରଥମେ ସୂର୍ଗତ ମହାନ୍ତିଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ କେନ୍ଦ୍ରାପଡାନିବାସୀ ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ପାଇଥିବାରୁ ତାଙ୍କୁ ସ୍ୱାଗତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ