ଚଳିତ ବର୍ଷର ପ୍ରଥମ ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ୪୪ ଲକ୍ଷ ୮୩ ହଜାର ୧୪୯ ଟଙ୍କା କ୍ଷତିପୂରଣ ଆଦାୟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଚଳିତ ବର୍ଷର ପ୍ରଥମ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି |ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ’ରେ ଗଜପତି ଜିଲ୍ଲା ତଥା ଦୌରା ଜଜ ଶ୍ରୀ ପ୍ରଣବ କୁମାର ରାଉତରାୟ ଉପସ୍ଥିତ ରହି ବିଭନ୍ନ କୋର୍ଟ କାର୍ଯ୍ୟ ତଦାରଖ କରିବା ସଙ୍ଗେ ସଙ୍ଗେ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ ।ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚୀବ ଶ୍ରୀ ରବି ନାରାୟଣ ବେହେରା ଉପସ୍ଥିତ ରହି ସମସ୍ତ କୋର୍ଟ ବ୍ଯାଞ୍ଚ କାର୍ଯ୍ୟ ପରିଚାଳନା’ରେ ସହଯୋଗ କରିଥିଲେ । ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ’ରେ ବିଭିନ୍ନ ପ୍ରକାର’ର ବିଚାରଧିନ ଥିବା ମାମଲା ର ତ୍ବରିତ ବିଚାର ପାଇଁ ପଦକ୍ଷେପ ନିଆଯିବା ସ୍ବରୂପ ବିଭିନ୍ନ କୋର୍ଟ ବ୍ୟାଞ୍ଚ ମାନ ପ୍ରତିଷ୍ଠା କରା ଯାଇଥିଲା। ଲୋକ ଅଦାଲତ କାର୍ଯ୍ୟକ୍ରମ’ରେ ପରିବାର ଅଦାଲତ ଜଜ ଶ୍ରୀ ସୁବ୍ରତ ମହାନ୍ତି , ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରଦୀପ କୁମାର ସାମଲ , ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ନରୋତ୍ତମ ସେଠୀ , ସବଜଜ ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , ଉପ ଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରିଣୀ ଶ୍ରୀମତୀ ବିଷ୍ଣୁପ୍ରିୟା ସାମନ୍ତରାୟ , ଦ୍ଵିତୀୟ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ସୁବଶିଷ ପାଣି ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ |ସେହିପରି ରା: ଉଦୟଗିରି କୋର୍ଟ ଠାରେ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତ ରେ ପ୍ରଥମ ଶ୍ରେଣୀ ଜଜ ଶ୍ରୀ ପୁଣ୍ୟଶ୍ଳୋକ ରଥ , ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ତରୁଣ କୁମାର ସେଠି , ମୋହନା କୋର୍ଟ ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଶୁଭଜିତ ବେହେରା ଓ କାଶିନଗର ଗ୍ରାମ୍ୟ ନ୍ୟାୟଳୟ ର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରିଣୀ ସୁଶ୍ରୀ ଅଙ୍କିତା ଗୁରୁ ପ୍ରମୁଖ ଉପସ୍ଥି ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ ।ଆୟୋଜିତ ଏହି ଲୋକ ଅଦାଲତ’ରେ ଜିଲ୍ଲା କୋର୍ଟ ଓକିଲ ସଂଘ ସଭାପତି ଓ ସମ୍ପାଦକ ଙ୍କ ସମେତ ବରିଷ୍ଠ ଓକିଲ ବୃନ୍ଦ ଉପସ୍ଥିତ ରହି ବିଭିନ୍ନ କୋର୍ଟ ରେ ନିଜ ନିଜ କେସ ମକଦ୍ଦମା ପରିଚାଳନା’ରେ ସହଯୋଗ କରିଥିଲେ ।ଏହି ଲୋକ ଅଦାଲତ’ରେ ବିଭିନ୍ନ ବିଚାର ବିଭାଗୀୟ ଅଦାଲତ ପକ୍ଷରୁ ସମୁଦାୟ ୨୦୧୧ ଟି କେସ ବିଚାର’କୁ ନିଆଯାଇ ୧୭୭୦ ଟି ମାମଲା ର ତ୍ବରିତ ସମାଧାନ କରାଯାଇ ମୋଟ ୨୩ ଲକ୍ଷ ୧୮ ହଜାର ୫୧୬ ଟଙ୍କା ଜରିମାନା ଆଦାୟ କରଯାଇ ଥିବା ବେଳେ ଉପସ୍ଥିତ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ଅଧିକାରୀ ମାନେ ଉପସ୍ଥିତ ରହି ୧୪୧୫ ଟି କେସ’ରୁ ୧୪୩ ଟି ସମାଧାନ କରି ମୋଟ ୨୧ ଲକ୍ଷ , ୬୪ ହଜାର , ୬୩୩ ଟଙ୍କା ଆଦାୟ କରିଥିଲେ ।ଏହି ଲୋକ ଅଦାଲତ କାର୍ଯ୍ୟକ୍ରମ’କୁ ପ୍ରାଧିକରଣ’ର କର୍ମଚାରୀ ଶ୍ରୀ ରବୀନ୍ଦ୍ର କୁମାର ପରିଡ଼ା , ଶ୍ରୀ କାହ୍ନୁ ଚରଣ ପଣ୍ଡା , ଶ୍ରୀ ରଘୁ ନନ୍ଦନ ଦାସ ଏବଂ ଶ୍ରୀ ଶିବ ପ୍ରସାଦ ସେନାପତି ଓ କୋର୍ଟ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ