ପକ୍ଷୀମାନଙ୍କ ପିଇବା ପାଇଁ ଶିକ୍ଷକଙ୍କ ଅଭିନବ ପ୍ରୟାସ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପୃଥିବୀ ପୃଷ୍ଠରେ ମଣିଷ ସମାଜ ବସବାସ କରିବା ସହିତ ବିଭିନ୍ନ ଜୀବଜନ୍ତୁ, ପଶୁପକ୍ଷୀ ଏବଂ ସରୀସୃପ ମାନେ ବସବାସ କରନ୍ତି। ଏମାନେ ପୃଥିବୀର ସନ୍ତୁଳନ ରକ୍ଷା କରିବା ସହ ପରିବେଶର ମଙ୍ଗଳ ପାଇଁ କାର୍ଯ୍ୟ କରିଥାନ୍ତି। ସମସ୍ତଙ୍କର ସ୍ଥାୟୀ ବସବାସ ନିଶ୍ଚୟ ଆବଶ୍ୟକ। ତତ୍ ସହିତ ସେମାନେ ନିଜ ନିଜର ଖାଦ୍ୟ ପାନୀୟ ପର୍ଯ୍ୟାପ୍ତ ପରିମାଣରେ ପାଇଲେ ଜୀବନଧାରଣ ଓ ବଂଶବିସ୍ତାର କରିବାରେ ସକ୍ଷମ ହୋଇପାରିଥାନ୍ତି। କିନ୍ତୁ ବର୍ତ୍ତମାନର ସ୍ବାର୍ଥବାଦୀ ମଣିଷ କେବଳ ଆପଣା ହିତ ପାଇଁ ପ୍ରାକୃତିକ ଜଙ୍ଗଲ, ଚାରଣ ଭୂମି ଏବଂ ଚାଷଜମି ନଷ୍ଟ କରିବା ସହ କଳକାରଖାନା, ରାସ୍ତାଘାଟ, କୋଠାବାଡ଼ି ଇତ୍ୟାଦି ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରୁଛି। ସେଥିପାଇଁ ପଶୁପକ୍ଷୀମାନଙ୍କର ବଂଶ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ଏହିସବୁ କାରଣରୁ ମାର୍ଚ୍ଚ ମାସରେ ମଧ୍ୟ ଅସହ୍ୟ ଗ୍ରୀଷ୍ମ ଅନୁଭୂତ ହେଉଛି। ପୋଖରୀ, ହ୍ରଦ, ନଦୀନାଳ ଧୀରେ ଧୀରେ ସୁଖିଯିବାକୁ ବସିଲାଣି। ତେଣୁ ପକ୍ଷୀମାନଙ୍କ ପିଇବା ନିମନ୍ତେ ଶିକ୍ଷକ ତଥା ସମାଜସେବୀ ନିରଞ୍ଜନ ବିଶ୍ୱାଳ ଅନେକ ଛୋଟ ଛୋଟ ମାଟିକୁମ୍ଭ କିଣି ତାହା ଗଛ ମାନଙ୍କରେ ଝୁଲାଇ ପାଣି ରଖିବାର ଏକ ଅଭିନବ ପ୍ରୟାସ କହିଛନ୍ତି। ସେ ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କଞ୍ଚଣା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିବା ସହ ବହୁବିଧ ସମାଜମଙ୍ଗଳ ଓ ଜନହିତକାରୀ କାର୍ଯ୍ୟକରିଥାନ୍ତି। ପଶୁପକ୍ଷୀ ମାନଙ୍କର ଯତ୍ନ ଓ ସେବା କରିବା ସହିତ ଉତ୍ତମ ପରିବେଶ ପାଇଁ ସେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ହାତକୁ ନେଇ ପୂର୍ବରୁ ଜନସାଧାରଣରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ